ଡେରାଡୁନ: ଆଜି ଭଗବାନ ବଦ୍ରିନାଥଙ୍କ ଦର୍ଶନ କଲେ ଭାରତୀୟ ବାୟୁସେନାର ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ । ସକାଳ ପ୍ରାୟ 10ଟାବେଳେ ସେ ଜଗତର କଲ୍ୟାଣ ପାଇଁ ବଦ୍ରିନାଥଙ୍କ ପୂଜା କରିଥିଲେ। ଆଜି ସକାଳ 9ଟାରେ ବାୟୁସେନାର ହେଲିକପ୍ଟରରେ ବାୟୁସେନାର ମୁଖ୍ୟ ବଦ୍ରିନାଥ ଧାମରେ ପହଞ୍ଚିଥିଲେ।
ଏହି ସମୟରେ ସେ ମାଣାରେ ଅବସ୍ଥିତ ସେନା ଶିବିରରେ ସୈନିକମାନଙ୍କୁ ମଧ୍ୟ ଭେଟିଥିଲେ। ଏହା ପରେ ସେ ମନ୍ଦିର ପରିସରରେ ପହଞ୍ଚି ପ୍ରଭୁ ବଦ୍ରିନାଥଙ୍କୁ ଦର୍ଶନ କରିଥିଲେ ।
ଉଲ୍ଲେଖନୀୟ କଥା ହେଉଛି, ଆଜିକାଲି ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବାୟୁସେନା ମୁଖ୍ୟ ରାକେଶ କୁମାରଙ୍କ ବଦ୍ରିନାଥଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ