ETV Bharat / briefs

ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଗଣଦୁଷ୍କର୍ମ ପୀଡିତା - MATHILI

ଫେଲ ମାରିଲା ପୋକ୍ସୋ (POCSO) ଆଇନ । ପୁଣି ଆଖି ବୁଜିଲେ ଆଉ ଜଣେ ଗଣଦୁଷ୍କର୍ମ ପୀଡିତା । ଗତବର୍ଷ ମାଲକାନଗିରିରେ ଚାଞ୍ଚଲ୍ୟ ଖେଳାଇଥିବା ଗଣଦୁଷ୍କର୍ମ ପୀଡିତା ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ଫାଇଲ ଫଟୋ
author img

By

Published : May 9, 2019, 10:12 PM IST

Updated : May 9, 2019, 10:51 PM IST

ଭୁବନେଶ୍ବର: ଫେଲ ମାରିଲା ପୋକ୍ସୋ (POCSO) ଆଇନ । ପୁଣି ଆଖି ବୁଜିଲେ ଆଉ ଜଣେ ଗଣଦୁଷ୍କର୍ମ ପୀଡିତା । ଗତବର୍ଷ ମାଲକାନଗିରିରେ ଚାଞ୍ଚଲ୍ୟ ଖେଳାଇଥିବା ଗଣଦୁଷ୍କର୍ମ ପୀଡିତା ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ମୁତାବକ ଗତ ନଭେମ୍ବର 2017ରେ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଅନୁସୁଚିତ ଜାତି ଉଚ୍ଚ ବିଦ୍ୟାଳୟର ଜଣେ +୨ ଛାତ୍ରୀଙ୍କୁ କିଛି ଯୁବକ ବିଦ୍ୟାଳୟ ପରିସର ଭିତରେ ଗଣ ଦୁଷ୍କର୍ମ କରିଥିବା ନେଇ ନଭେମ୍ବର 7 ତାରିଖ ଦିନ ପୀଡିତା ଜଣଙ୍କ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଘଟଣାର ପ୍ରାଥମିକ ତଦନ୍ତ କରି ୧୧ଦିନ ପରେ ମାଥିଲି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରି ଘଟଣାରେ ସାକ୍ଷୀ ଥିବା ଓଡିଆ ଅଧ୍ୟାପକ ଅଜୟ କୁମାର ସୁତାରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ସେହିଦିନ ଠାରୁ ପୀଡ଼ିତା ନିଜ ଗାଁ ଛାଡି ଶିଶୁ ମଙ୍ଗଳ କମିଟିରେ ରହି ଆସୁଥିଲେ । ତେବେ ପୀଡିତା ଜଣକ ନ୍ୟାୟ ପାଇଁ ସବୁ ସ୍ତରରେ ଗୁହାରୀ କରିବା ସତ୍ତ୍ବେ ନ୍ୟାୟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । 25 ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗୁରୁବାର ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ପୀଡିତା ।

ଭୁବନେଶ୍ବରରୁ ତପନ ଦାସ ଓ ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

ddh

Conclusion:
Last Updated : May 9, 2019, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.