ETV Bharat / briefs

ମାଲକାନଗିରିରେ ଥମୁନି ସଂକ୍ରମଣ, ପୁଣି ୯୩ ଆକ୍ରାନ୍ତ ଚିହ୍ନଟ

ମାଲକାନଗିରି ଜିଲ୍ଲାରେ କୋରୋନା ସଂକ୍ରମଣ ଥମିବାର ନା ଧରୁନି । ଆଜି(ରବିବାର) ଜିଲ୍ଲାରୁ ପୁଣି ୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରଶାସନ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରୁଛି । ଅଧିକ ପଢନ୍ତୁ...

author img

By

Published : Aug 16, 2020, 1:02 PM IST

ମାଲକାନଗିରିରେ ଥମୁନି ସଂକ୍ରମଣ, ଆଜି ପୁଣି ୯୩ ଆକ୍ରାନ୍ତ ଚିହ୍ନଟ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ ଦ୍ରୃତ ଗତିରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ମାଲକାନାଗିରି ଜିଲ୍ଲାରେ ମଧ୍ୟ ସଂକ୍ରମଣ ଥମିବାର ନା ଧରୁନି । ଆଜି(ରବିବାର) ମାଲକାନଗିରି ଜିଲ୍ଲାରୁ ପୁଣି ୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରଶାସନ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରୁଛି । ତେବେ 93 ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌରାଞ୍ଚଳରେ 24ଜଣ,ବାଲିମେଳା ଏନଏସିରେ 10, କାଲିମେଳା ବ୍ଲକରେ 18, ଖଇରପୁଟ ବ୍ଲକରେ 18, ମାଲକାନଗିରି ବ୍ଲକରେ 10,ମାଥିଲି ବ୍ଲକରେ 3ଜଣ, ଚିତ୍ରକୋଣ୍ଡା ବ୍ଲକରେ 4, କୋରୁକୋଣ୍ଡା ବ୍ଲକରେ 6 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ମାଲକାନଗିରିରେ ଥମୁନି ସଂକ୍ରମଣ: ଆଜି ପୁଣି ୯୩ କୋରୋନା ଚିହ୍ନଟ

ଆଜିର ଆକ୍ରାନ୍ତକୁ ମିଶାଇ ଜିଲ୍ଲାର ମୋଟ ଆକ୍ରନ୍ତଙ୍କ ସଂଖ୍ୟା 1249କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ 787 ଜଣ ସୁସ୍ଥ ହୋଇଥିବା ବେଳେ 460 ଜଣ ଚିକିତ୍ସିତ ହେଉଛନ୍ତି ଏବଂ 2 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ସାମାଜିକ ଦୂରତା ଓ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି । ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.