ଖୋର୍ଦ୍ଧା: ରାଜ୍ୟରେ ଏବେ ଦୃତ ଗତିରେ ମାଡ଼ି ଚାଲିଛି ମହାମାରୀ କୋରୋନା । ବିଶେଷ କରି ଖୋର୍ଦ୍ଧା ଉପଖଣ୍ଡରେ ହୁ ହୁ ହୋଇ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ବିଏମସିକୁ ବାଦ ଦେଇ ଆଜି(ଶନିବାର) ପୁଣି 114 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେଥି ମଧ୍ୟରୁ ବାଣପୁରରୁ 4, ବାଲୁଗାଁରୁ 18, ଟାଙ୍ଗିରୁ 7,ଖୋର୍ଦ୍ଧା ବ୍ଳକରୁ 7, ବେଗୁନିଆରୁ 16, ବୋଲଗଡରୁ 10, ଜଟଣୀରୁ 16, ମେଣ୍ଢାଶାଳରୁ 6, ବାଲକାଟୀରୁ 6, ବାଲିପାଟଣାରୁ 11 ଏବଂ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରୁ 13ଜଣ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2319ରେ ପହଞ୍ଚିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ