ବଲାଙ୍ଗୀର: ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ମାତ୍ର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଇଭିଏମ ତ୍ରୁଟି ଯୋଗୁଁ ନିର୍ଦ୍ଧାରିତ ସମୟରେ କିଛି ଘଣ୍ଟା ବ୍ୟବଧାନରେ ମତଦାନ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳର କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର। ଭୋଟିଂ ଆରମ୍ଭ ହେବା ପରେ ନରସିଂହ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ପରେ କଣ ପ୍ରତିକ୍ରିୟା ରଖିଥିଲେ ନରସିଂହ, ଜାଣନ୍ତୁ...
ଭୋଟ ଦେବା ଜଣେ ନାଗରିକଙ୍କର ସାମ୍ବିଧାନିକ ଅଧିକାର। ଭୋଟ ଦେଇସାରିଛି ଏବେ ଫଳକୁ ଅପେକ୍ଷା ରହିବ ବୋଲି କହିଛନ୍ତି ନରସିଂହ । ତେବେ ଇଭିଏମ ମେସିନ ଅଚଳ ନେଇ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଭୋଟିଂ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ନରସିଂହ। ଇଭିଏମ ମେସିନ ଖରାପ ହେବା ଏକ ଦୁର୍ଭାଗ୍ୟଜନକ କଥା । ଏଭଳି ସ୍ଥିତିରେ ନିରପେକ୍ଷ ଏବଂ ସ୍ବଚ୍ଛ ମତଦାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ