ETV Bharat / briefs

'ସରିଲା ଗଣତି, ଗୋଟିଏ ଷ୍ଟ୍ରଙ୍ଗରୁମରେ ସିଲ ହେଲା ସମସ୍ତ ଇଭିଏମ' - rayagada

ନିର୍ବାଚନ ସରିବା ପରେ ସମସ୍ତ ଇଭିଏମକୁ ଗୋଟିଏ ସ୍ଥାନରେ ରଖାଯିବା ପାଇଁ ନିର୍ଦ୍ଦେଶ । 365 ଦିନ ପାଇଁ ରହିବ କଡା ସୁରକ୍ଷା ମଧ୍ୟରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : May 27, 2019, 8:48 PM IST

Updated : May 27, 2019, 9:29 PM IST

ରାୟଗଡା: ସରିଛି ନିର୍ବାଚନ, ଭୋଟ ଗଣତି ପରେ ନିର୍ଦ୍ଧାରିତ ହୋଇ ସାରିଛି ନେତାଙ୍କ ଭାଗ୍ୟ । ଇଭିଏମରେ ସିଲ ହୋଇଥିଲା ଭୋଟରଙ୍କ ମତ । ଆଉ ଏବେ ପୁଣି ଥରେ ସିଲ କରାଯାଇଛି ଇଭିଏମ ସବୁ ଆଗାମୀ 365 ଦିନ ପାଇଁ । ସବୁ ଜିଲ୍ଲାର ବିଭିନ୍ନ ଷ୍ଟ୍ରଙ୍ଗରୁମ ଗୁଡିକରୁ ସମସ୍ତ ଇଭିଏମ ଅଣାଯାଇ ଗୋଟିଏ ସ୍ଥାନରେ ରଖିବା ପାଇଁ ନିର୍ଦ୍ଦେଶ ରହିଥିବା ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ତେଣୁ ସମସ୍ତ ଇଭିଏମକୁ କଡା ସୁରକ୍ଷା ସହ ଏକତ୍ରିତ କରି ଜିଲ୍ଲା ମୁଖ୍ୟ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । 45 ଦିନ ମଧ୍ୟରେ ଯଦି କୌଣସି ପ୍ରାର୍ଥୀ ଭୋଟ ଗଣତି ନେଇ ପ୍ରଶ୍ନ ଉଠାନ୍ତି ତେବେ ସେନେଇ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଏହି ଅବଧି ରଖାଯାଇଛି । ତେବେ ଏନେଇ ରାୟଗଡା ଜିଲ୍ଲାପାଳଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ରାୟଗଡା ସମ୍ବାଦଦାତା ରଞ୍ଜନ ରଥ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : May 27, 2019, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.