ETV Bharat / briefs

କଳ୍ପନା ପେଟ୍ରୋଲ ପମ୍ପରେ ଦୁର୍ବୁତ୍ତଙ୍କ ଦାଦାଗିରି, ଆତଙ୍କିତ କର୍ମଚାରୀ

ଅସାମାଜିକ ଯୁବକଙ୍କ ଦାଦାଗିରି । କଳ୍ପନା ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ମାଡ ମାରିବା ସହ ପେଟ୍ରୋଲ ପମ୍ପ ଉଡେଇଦେବା ନେଇ ଧମକ ଦେଲେ ଅସାମାଜିକ ଯୁବକ । ଏନେଇ ପେଟ୍ରୋଲ ପମ୍ପର କର୍ମଚାରୀମାନେ ଡିସିପିଙ୍କ ନିକଟରେ କରିଛନ୍ତି ଅଭିଯୋଗ ।

author img

By

Published : May 16, 2019, 7:47 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢୁଛି ଦାଦାଗିରି । ଯାହାକୁ ନେଇ ସିଧା ସଳଖ ଅଭିଯୋଗ ପହଞ୍ଚିଛି ଭୁବନେଶ୍ବର ଡିସିପିଙ୍କ ନିକଟରେ । ଦିନ ଦ୍ବିପ୍ରହରରେ ଦାଦାଗିରି କରିବା ସହ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି କଳ୍ପନା ପେଟ୍ରୋଲ ପମ୍ପର କର୍ମଚାରୀମାନେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାମୁତାବକ, OD 02 AX 6980 ମାରୁତି ଅଲଟୋରେ ଆସିଥିବା କିଛି ଅସାମାଜିକ ଯୁବକ ନନାଙ୍କ ନାଁ କହି ଗାଡିରେ ପେଟ୍ରୋଲ ପକାଇବା ପାଇଁ କର୍ମଚାରୀଙ୍କୁ କହିଥିଲେ । ତେବେ କର୍ମଚାରୀ ଜଣଙ୍କ ପଇସା ଦେଲେ ପେଟ୍ରୋଲ ମିଳିବ ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ 2ଜଣ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ । ଏଥିସହ ମାଲିକଙ୍କୁ ୨୦ ହଜାର ଟଙ୍କା ବଟି ଦେବା ପାଇଁ କହିବ, ନଚେତ ପେଟ୍ରୋଲ ପମ୍ପ ଉଡାଇଦେବୁ ବୋଲି ସେମାନେ ଧମକ ଦେଇଥିଲେ ।

ତେବେ ଏପରି ଥରେ ନୁହେଁ ଅନେକ ଥର ଅନେକ ଯୁବକ ଆସି ଏପରି ଧମକ ଚମକ ଦେବା ସହ ପେଟ୍ରୋଲ ନ ପକାଇଲେ ବମ୍‌ ପକାଇଦେବୁ ଓ ଏଠାରେ କାମ କରିପାରିବନି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ଏନେଇ ସ୍ଥାନୀୟ ବଡଗଡ ଥାନାରେ ଅଭିଯୋଗ କଲେ ବି ଥାନା ବାବୁ ଓଲଟା କର୍ମଚାରୀଙ୍କୁ ଗାଳି ଦେଉଥିବା ପଟ୍ରୋଲ୍‌ ପମ୍ପ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । କାରଣ ସ୍ଥାନୀୟ ଗୁଣ୍ଡାଙ୍କ ଦେହରେ ହାତ ଲଗାଇବାକୁ ଥାନାବାବୁ ଡରୁଛନ୍ତି ।

ଶେଷରେ କୌଣସି ଉପାୟ ନପାଇ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଚିଭି ଭାରତ

ରାଜଧାନୀରେ ଦାଦାଗିରି ,ଭୟରେ ଥାନାବାବୁ

ଦିନ ଦିନ ବଢୁଛି ଦାଦାଗିରି।ରାଜଧାନୀରେ ଛାନିଆ ଲୋକେ। ବ୍ଯବସାୟଠୁ ଆରମ୍ଭ କରି ସ୍କୁଲ କଲେଜ। ସ୍ଥାନୀୟ ଗୁଣ୍ଡାଙ୍କ  ଦାଦାଗିରି ପାଇଁ ଏବେ ଚିନ୍ତାରେ କମିସନରେଟ ପୋଲିସ।ଯାହାକୁ ନେଇ ସିଧା ସଳଖ ଅଭିଯୋଗ ପହଂଚିଛି ଭୁବନେଶ୍ବର ଡିସିପିଙ୍କ ପାଖରେ। ବଡଗଡ ଥାନା ଅଂଚଳର ଉତ୍ପାତ କରୁଛନ୍ତି ନନା ଗ୍ଯାଙ୍ଗ। ବଟିଟୁ ଆରମ୍ଭ କରି ଚାନ୍ଦା ଆଦାୟ। ଦିନ ଦିପହରେ କରୁଛନ୍ତି ଉତ୍ପାତ। ଯାହାର ଶିକାର ହୋଇଛନ୍ତି କଳ୍ପନା ପେଟ୍ରୋଲ ପମ୍ପର କର୍ମଚାରି। OD 02 AX 6980 ମାରୁତି ଅଲଟୋ ରେ ଆସିଥିବା କିଛି ଅସାମାଜିକ ଯୁବକ ନନା ଙ୍କ ନାରେ ପେଟ୍ରୋଲ ପକାଇବାକୁ ଜଣେ ପୋଟ୍ରୋଲ କର୍ମଚାରିଙ୍କୁ କହିଥିଲେ। ତେବେ ନୁଆ କରି କାମ କରୁଥିବା କର୍ମଚାରି ଜଣଙ୍କ ଜାଣି ନପାରି ପେଟ୍ରୋଲ ଦେବାକୁ ମନାକରିବାରୁ ତାକୁ ମାରିଥିଲେ ନିର୍ଧୁମ ମାଡ। ଏପରିକି ଜଣେ ନୁହେଁ ଦିଜଣ ପେଟ୍ରୋଲ ପମ୍ପର କର୍ମଚାରିଙ୍କୁ ମାରିଥିଲେ ମାଡ। ବନ୍ଧୁକ ଦେଖାଇ ତମ ମାଲିକକି କହିବ ୨୦ ହଜାର ବଟି ଦେବ ନଚେତ ଉଡେଇଦେବୁ ବୋଲି ଧମକ ଦେଇଥିଲେ। ତେବେ ଏପରି ଥରେ ନୁହେଁ ଅନେକ ଥର ଅନେକ ଯୁବକ ଆସି ଏପରି ଧମକ ଚମକ ଦେବା ସହ ପେଟ୍ରୋଲ ନ ପକାଇଲେ ବମ ପକେଇଦେବେ  ଏଠାରେ କାମ କରିପାରିବନି ବୋଲି ପେଟ୍ରୋଲ ପମ୍ପ କର୍ମଚାରିଙ୍କୁ ଦେଉଛନ୍ତି ଧମକ। ଏନେଇ ସ୍ଥାନୀୟ ବଡଗଡ ଥାନାରେ ଅଭିଯୋଗ କଲେ ବି ଥାନା ବାବୁ ଓଲଟ କର୍ମଚାରିଙ୍କୁ ଦେଉଛନ୍ତି ଗାଳି। କାରଣ ସ୍ଥାନିୟ ଗୁଣ୍ଡାଙ୍କ ଦେହରେ ହାତ ଲଗାଇବାକୁ ଡରୁଛନ୍ତି ଥାନାବାବୁ। ଶେଷରେ କୌଣସି ଉପାୟ ନପାଇ ପେଟ୍ରୋଲ ପମ୍ପର କର୍ମଚାରି ମିଶି ଡିସିପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ତେବେ ଘଟଣା ଡିସିପିଙ୍କ ନଜରକୁ ଆସିବା ପରେ ଏନେଇ କାର୍ଯାନୁଷ୍ଠନ ନିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ବାଇଟ-ସୁର୍ଯକାନ୍ତ ଛୋଟରାୟ,ପେଟ୍ରୋଲ ପମ୍ପ କର୍ମଚାରି
ବାଇଟ-ଅନୁପ ସାହୁ,ଡିସିପି ଭୁବନେଶ୍ବର

ଭିଜୁଆଲ ଓ ବାଇଟ ହ୍ବାଟସପରେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.