ବ୍ରହ୍ମପୁର: ନଦୀରେ ବୁଡିରେ ଜଣେ ଯୁବକଙ୍କ ମୃତ ହୋଇଛି । ଏଭଳି ଅଘଟଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଟିକରପଡା ପଞ୍ଚାୟତର ବଜ୍ରଗୁମା ଗ୍ରାମରେ ଘଟିଛି । ମୃତକ ହେଲେ ସୁମାଣ୍ଡ ଗ୍ରାମର 45 ବର୍ଷୀୟ ନିରାକାର ଗୌଡ ।
ସୂଚନାଯୋଗ୍ୟ, ନିରାକାର ରବିବାର ନିଜ ଶଶ୍ବର ଘର ବ୍ରଜଗୁମା ଗ୍ରାମକୁ ଆସିଥିବା ବେଳେ ବାହୁଦା ନଦୀକୁ ଗାଧେଇବାକୁ ଯାଇଥିଲେ । ମାତ୍ର ଗାଧେଇବା ବେଳେ ଅସାବଧାନତା ଯୋଗୁଁ ନଦୀ ଗଣ୍ଡରେ ବୁଡି ଯାଇଥିଲେ । ନିକଟରେ ଗାଧୋଉଥିବା କିଛି ଲୋକ ତୁରନ୍ତ ଘଟଣାସମ୍ପର୍କରେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ