ETV Bharat / briefs

ବିତିଲା 5 ବର୍ଷ, ମିଳିଲାନି ଝିଅ

2014 ନିର୍ବାଚନ ଡ୍ୟୁଟିରେ ଯାଇ ନିଖୋଜ ହୋଇଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତର ମମତା ନାୟକ । ନିଖୋଜ ଝିଅକୁ ଫେରାଇ ଆଣିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରୁ ନିରାଶ ହେବା ପରେ ଶେଷରେ ସାମ୍ବାଦିକଙ୍କୁ ଗୁହାରି କରିଛନ୍ତି ପରିବାରଲୋକେ ।

author img

By

Published : Apr 25, 2019, 2:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ନିର୍ବାଚନ ଡ୍ୟୁଟିରେ ଯାଇ ଆଉ ଫେରିନାହିଁ ଝିଅ । ଝିଅକୁ ଫେରାଇ ଆଣିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଗୁହାରି କରି ନୟାନ୍ତ ପରିବାର । କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଉକ୍ତ ମାମଲାରେ ଦିଗହରା ହୋଇଛି । ଶେଷରେ ସାମ୍ବାଦିକଙ୍କୁ ଗୁହାରି କରି ଜଣାଇଛନ୍ତି ପରିବାରଲୋକେ ।

ଏଭଳି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତରେ ଘଟିଛି । ଜିଆରଏସ୍ ମମତା ନାୟକ 2014ରେ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ । ମାତ୍ର ନିର୍ବାଚନ ସରିଯାଇଥିଲେ ସୁଦ୍ଧା ସେ ଆଉ ଘରକୁ ଫେରିନଥିଲେ । ଇତିମଧ୍ୟରେ ବିତିଯାଇଛି 5 ବର୍ଷ । ଗୋଟିଏ ନିର୍ବାଚନ ସରି ଆଉ ଗୋଟିଏ ନିର୍ବାଚନ ପହଞ୍ଚିଛି ଶେଷ ପର୍ଯ୍ୟାୟରେ । କିନ୍ତୁ ଆଜି ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ନିଖୋଜ ଝିଅକୁ ପାଇବାକୁ 70 ଦିନ ଧରି ପରିବାର ପକ୍ଷରୁ ଫୁଲବାଣୀ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା । କିନ୍ତୁ ଧାରଣାର ଫଳ ଶୂନ ମିଳିଥିଲା । ଏସପିଙ୍କ ସୁପାରିଶ ପରେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ ଆରମ୍ଭ କରିଥିଲେ । ଫଳରେ ବାଧ୍ୟ ହୋଇ ଗଣମାଧ୍ୟମର ଆଶ୍ରୟ ନେଇଛନ୍ତି ମମତାଙ୍କ ପରିବାର । ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଠାରେ ପରିବାର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଝିଅକୁ ଖୋଜି ବାହାର କରିବାକୁ ନିବେଦନ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.