ETV Bharat / briefs

ଷଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲେ ବିକ୍ରମ କେଶରୀ ଆରୁଖ - constituency

ଭଞ୍ଜନଗରରେ ବିଧାନସଭା ନିର୍ବାଚନମଣ୍ଡଳୀରେ 8423 ଖଣ୍ଡ ଭୋଟ ଅଧିକ ପାଇ ବିଜୟ ମୁକୁଟ ପିନ୍ଧିଲେ ବିକ୍ରମ କେଶରୀ ଆରୁଖ । ଜିତିବା ପରେ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : May 24, 2019, 9:38 PM IST

ଭଞ୍ଜନଗର: ସରିଛି ଗଣତନ୍ତ୍ରର ମହାପର୍ବ । ଗୁରୁବାର ନିର୍ବାଚନୀ ଫଳାଫଳ ଘୋଷଣା ପରେ ସବୁ କଳ୍ପନା ଜଳ୍ପନାର ଘଟିଥିଲା ଅନ୍ତ । ଓଡିଶାବାସୀ ବହୁମତ ଦେଇ ବିଜେଡିକୁ ଜିତାଇଛନ୍ତି । ଏହି କ୍ରମରେ ଆସିକା, ସୋରଡା ଓ ଭଞ୍ଜନଗର ବିଧାନସଭା ମଣ୍ଡଳୀରେ ବିଜୟ ବାନା ଉଡାଇଛି ବିଜେଡି । ନିରପେକ୍ଷ ନିର୍ବାଚନ ଫଳାଫଳ ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ଯାଳୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡି-ବିଜେପି ମଧ୍ୟରେ ଚାଲିଥିଲା କଡା ଟକ୍କର । ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ 8423 ଖଣ୍ଡ ଅଧିକ ଭୋଟ ହାସଲ ପାଇ ବିଜୟ ମୁକୁଟ ପିନ୍ଧିଥିଲେ । ସୂଚନାନୁଯାୟୀ, ବିକ୍ରମ 76 ହଜାର 330 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ 67 ହଜାର 906 ଖଣ୍ଡ ଭୋଟ ପାଇଥିଲେ ।

ଉକ୍ତ ନିର୍ବାଚନମଣ୍ଡଳୀରେ କଂଗ୍ରେସରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ତ୍ରିପାଠୀଙ୍କୁ ମାତ୍ର 6941 ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ବିକ୍ରମଙ୍କ ଏହା ଥିଲା ଷଷ୍ଠ ବିଜୟ । ତେବେ ଭଞ୍ଜନଗରବାସୀ ପୁନର୍ବାର ତାଙ୍କୁ ବିଶ୍ବାସ କରି ବିଜୟ କରାଇଥିବାରୁ ସେ ଜନସାଧାରଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.