ETV Bharat / briefs

ହୋମ ଆଇସୋଲେସନରେ ରହି ସୁସ୍ଥ ହେଲେ ୬୦୮ କୋରୋନା ଆକ୍ରାନ୍ତ

author img

By

Published : Aug 18, 2020, 11:26 AM IST

ସ୍ମାର୍ଟସିଟିରେ କାମ ଦେଲା ହୋମ ଆଇସୋଲେସନ । ସ୍ମାର୍ଟସିଟି ଭୁବନେଶ୍ବରରେ ୧୦୩୫ ଜଣ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ୬୦୮ ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ହୋମ ଆଇସୋଲେସନରେ ରହି ସୁସ୍ଥ ହେଲେ ୬୦୮ କୋରୋନା ଆକ୍ରାନ୍ତ
ହୋମ ଆଇସୋଲେସନରେ ରହି ସୁସ୍ଥ ହେଲେ ୬୦୮ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ସ୍ମାର୍ଟସିଟିରେ କାମ ଦେଲା ହୋମ ଆଇସୋଲେସନ। ଭୁବନେଶ୍ବରରେ ୧୦୩୫ ଜଣ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ୬୦୮ ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କୋରୋନା ଲକ୍ଷଣ ହୀନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହୋମ ଆଇସୋଲେସନ ଆଧାରରେ (ସିସିସି) କୋଭିଡ କେୟାର ସେଣ୍ଟର ଏବଂ କୋଭିଡ କେୟାର ହୋମ ଭଳି ବ୍ୟବସ୍ଥା କରାଯାଇଛି ।

ତେବେ କୋରୋନା ଲକ୍ଷଣହୀନ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ହୋମ ଆଇସୋଲେସନ ବ୍ୟବସ୍ଥାକୁ ବିଏମସି ଅନୁମତି ପ୍ରଦାନ କରିଛି । ଏହି ସଙ୍ଗରୋଧ ବ୍ୟବସ୍ଥାକୁ ସମ୍ପୃକ୍ତ ୱାର୍ଡ ଅଫିସର ତଦାରଖ କରିବେ । ଏଥିପାଇଁ ୱାର୍ଡ ନିଜର ଅଣ୍ଡରଟେକିଙ୍ଗ ୧୦ ଦିନ ପାଇଁ ଦେବେ । ଏହା ପରେ ବିଏମସି ସେମାନଙ୍କୁ ଅନୁମତି ଦେବ ।

ଏବେ ସୁଦ୍ଧା ଭୁବନେଶ୍ୱରରେ ମୋଟ ୫୪୮୭ ଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଭିନ୍ନ କୋଭିଡ ହସ୍ପିଟାଲରେ ୧୮୮୭ଜଣ ଚିକିତ୍ସିତ ହୋଉଥିବା ବେଳେ ୨୭ ଜଣ ପ୍ରାଣ ହରାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.