ETV Bharat / briefs

ଚତୁର୍ଥ ପର୍ଯ୍ୟାୟ ମତଦାନ: ଭୋଟିଂ ପାଇଁ ଧାଡିରେ ମତଦାତା

ନାଗପୁର ପ୍ରାଥମିକ ବିଦ୍ୟାଳୟର 136 ନଂ ବୁଥରେ ମତଦାନ ଆରମ୍ଭ ହୋଇଛି । ମତଦାନକୁ ନେଇ ବେଶ ଉତ୍ସାହିତ ଥିବା ଭୋଟର୍ସ ସକାଳୁ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ପୋଲିଂ ବୁଥରେ ଧାଡିରେ ଛିଡା ହୋଇଥିବା କିଛି ଭୋଟରଙ୍କୁ ଆମ ପ୍ରତିନିଧି ପୋଲିଂ ଭେଟିଥିଲେ ।

author img

By

Published : Apr 29, 2019, 9:08 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଜି ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ । ରାଜ୍ୟରେ 6 ଲୋକସଭା ଏବଂ 41 ବିଧାନସଭା ପାଇଁ ଚାଲିଛି ଭୋଟିଂ । ଏହି କ୍ରମରେ ନାଗପୁର ପ୍ରାଥମିକ ବିଦ୍ୟାଳୟର 136 ନଂ ବୁଥରେ ମତଦାନ ଆରମ୍ଭ ହୋଇଛି । ମତଦାନକୁ ନେଇ ବେଶ ଉତ୍ସାହିତ ଥିବା ଭୋଟର୍ସ ସକାଳୁ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ପୋଲିଂ ବୁଥରେ ଧାଡିରେ ଛିଡା ହୋଇଥିବା କିଛି ଭୋଟରଙ୍କୁ ଆମ ପ୍ରତିନିଧି ପୋଲିଂ ଭେଟିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଜଣେ ମହିଳା ଭୋଟଙ୍କ କହିବାନୁଯାୟୀ, ଏକ ଶୃଙ୍ଖଳିତ ଦେଶ ଗଠନ କରିବାକୁ ଲୋକମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଛନ୍ତି । ଦେଶକୁ ଦୁର୍ନୀତିମୁକ୍ତ ସରକାର ଏବଂ ଏକ ପରିବର୍ତ୍ତନ ସୁଅରେ ସାମିଲ କରିବାକୁ ଜିଲ୍ଲାବାସୀ ଆଗେଇ ଆସିଛନ୍ତି । ଏଥିସହିତ ନିର୍ବାଚନରେ ମହିଳା ଭୋଟରଙ୍କ ପ୍ରମୁଖ ଭୂମିକା ରହିଛି । ଦେଶକୁ ଉଚିତ୍ ପ୍ରାର୍ଥୀ ଦେବାରେ ସଠିକ୍ ନିର୍ଣ୍ଣୟ ନେବେ ମହିଳା ।

ଅପରପକ୍ଷେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ବେଶ ଖୁସି ଅଛୁ । ଯେଉଁ ପ୍ରାର୍ଥୀ ଜିଲ୍ଲାର ବିକାଶ କରିଛି ଆଗକୁ କରିବ ସେଭଳି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବୁ ବୋଲି କହିଛନ୍ତି ଧାଡିରେ ଛିଡା ହୋଇଥିବା ଜଣେ ମତଦାତା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.