ETV Bharat / briefs

ଖୋର୍ଦ୍ଧା କଣ୍ଟାବାଡ଼ ଓ ମକୁନ୍ଦପୁର ଗ୍ରାମ 48 ଘଣ୍ଟା ପାଇଁ ସଟଡାଉନ - Khurdha Kantabad and Makundapur village

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ କୋରୋନା ହଟସ୍ପଟ ସାଜିଛି ଖୋର୍ଦ୍ଧା । ଏନେଇ ଖୋର୍ଦ୍ଧା କଣ୍ଟାବାଡ଼ ଓ ମକୁନ୍ଦପୁର ଗ୍ରାମକୁ 48 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଅଧିକ ପଢନ୍ତୁ...

48 ଘଣ୍ଟିଆ ସଟଡାଉନ ହେଲା ଖୋର୍ଦ୍ଧା କଣ୍ଟାବାଡ଼ ଓ ମକୁନ୍ଦପୁର ଗ୍ରାମ

author img

By

Published : Aug 27, 2020, 10:12 AM IST

ଖୋର୍ଦ୍ଧା: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ କୋରୋନା ହଟସ୍ପଟ ସାଜିଛି ଖୋର୍ଦ୍ଧା । ଏନେଇ ଖୋର୍ଦ୍ଧା କଣ୍ଟାବାଡ଼ ଓ ମକୁନ୍ଦପୁର ଗ୍ରାମକୁ 48 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ବେଗୁନିଆ ବ୍ଲକ କଣ୍ଟାବାଡ଼ କୋଭିଡ୍ କେୟାର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରାଯାଇଥିବା କୋଭିଡ୍- ୧୯ ରାପିଡ୍‌ ଟେଷ୍ଟରେ କଣ୍ଟାବାଡ଼ ଓ ମକୁନ୍ଦପୁର ଗ୍ରାମର ୫ଜଣ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

48 ଘଣ୍ଟିଆ ସଟଡାଉନ ହେଲା ଖୋର୍ଦ୍ଧା କଣ୍ଟାବାଡ଼ ଓ ମକୁନ୍ଦପୁର ଗ୍ରାମ
48 ଘଣ୍ଟିଆ ସଟଡାଉନ ହେଲା ଖୋର୍ଦ୍ଧା କଣ୍ଟାବାଡ଼ ଓ ମକୁନ୍ଦପୁର ଗ୍ରାମ

ଏହି ଦୁଇ ଗ୍ରାମର ଲୋକ ସଂଖ୍ୟା ୨ ହଜାରରୁ ଉର୍ଦ୍ଧ୍ବ । ଏହି ଗ୍ରାମରେ ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରହିଥିବାରୁ ଏଠାକୁ ଦୈନିକ ଶହ ଶହ ଲୋକ ଯିବା ଆସିବା କରନ୍ତି । ତେଣୁ ଏଠାକୁ ଆସୁଥିବା ଲୋକମାନେ କୋରୋନା ଭାଇରସ୍ ସଂକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି ।

ତେବେ ଏହାକୁ ଦୃଷ୍ଟିରେ ରଖି କଣ୍ଟାବଡ଼ ସରପଞ୍ଚ କଣ୍ଟାବାଡ଼ ଓ ମକୁନ୍ଦପୁର ଗ୍ରାମକୁ ଏବଂ ଏଠାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଆଜି ସକାଳ 7ଟା ଠାରୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.