ETV Bharat / briefs

ବାତ୍ୟା ‘ୟଶ’ ପାଇଁ ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ - cyclone yass

ବାତ୍ୟା ୟଶକୁ ନେଇ ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଅଧିକ ପଢନ୍ତୁ...

control room opened in Puri
control room opened in Puri
author img

By

Published : May 26, 2021, 5:36 AM IST

ପୁରୀ: ବାତ୍ୟା ‘ୟଶ’କୁ ନେଇ ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଅସୁବିଧା ସମୟରେ ସହାୟତା ପାଇଁ ଟୋଲ ଫ୍ରି ନମ୍ବର 06752-223940, 9438916543 ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ଜିଲ୍ଲାରେ ୮ ପ୍ଲାଟୁନ ଫୋର୍ସ ମୁତୟନ ସହ ଗୋଟିଏ NDRF ଓ ୨ଟି ଓଡ୍ରାଫ ଟିମ୍ ମୁତୟନ କରାଯାଇଛି।

ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ସେପଟେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଲୋକଙ୍କୁ ରଖାଯିବା ସହ ରନ୍ଧା ଖାଦ୍ୟ ପ୍ରଶାସନ ପକ୍ଷରୁ ଦିଆଯାଇଛି। ମେ ମାସ ଶେଷ ସପ୍ତାହ ଓ ଜୁନ ପ୍ରଥମ ସପ୍ତାହରେ ପ୍ରସବ ପାଇଁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ସୁରକ୍ଷିତ ପ୍ରସବ କରାଯାଇଛି । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ତଥା ରାସ୍ତାଘାଟ ସଫେଇ, ଗଛ କାଟିବା, ରାସ୍ତା ମରାମତି, ବିଦ୍ୟୁତ ସରବରାହ ବ୍ୟବସ୍ଥା ସ୍ବାଭାବିକ କରିବା ପାଇଁ ଜେସିବି ମେସିନ ସମେତ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.