ETV Bharat / briefs

ଇସ୍ରୋ ବୁଲିବେ 20 ଯୁବ ଜ୍ୟୋତିର୍ବିଜ୍ଞାନୀ

ଟାଟା ଷ୍ଟିଲ୍‌ର ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣର ଶ୍ରେଷ୍ଠ ୨୦ ପ୍ରତିଭା ଛାତ୍ରଛାତ୍ରୀଙ୍କୁ ଇସ୍ରୋ ଯିବାର ସୁଯୋଗ ମିଳିଛି । ସେଠାରେ ଗୋଟିଏ ସପ୍ତାହ ରହି ମହାକାଶ ସମ୍ବନ୍ଧୀୟ ସମସ୍ତ ଜ୍ଞାନ କୌଶଳ ଆରୋହଣ କରିବେ ଛାତ୍ରଛାତ୍ରୀ ।

author img

By

Published : Jun 3, 2019, 10:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବୁଲିବେ 20 ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ । ନବୀନ ନିବାସରେ ଆୟୋଜିତ ଟାଟା ଷ୍ଟିଲ୍‌ର ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ(ୟାଟର୍ସ-YATS)ର 13ତମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଏଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ୨୦ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ପ୍ରତିଭାବାନ ଯୁବ ଜ୍ୟୋତିର୍ବିଜ୍ଞାନୀ ଇସ୍ରୋ ଯାଇ ସେଠାରେ ଅନ୍ତରୀକ୍ଷ ସମ୍ବନ୍ଧୀୟ ଅଧିକ ଜ୍ଞାନ ଆହୋରଣ କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରତିବର୍ଷ ଟାଟା ଷ୍ଟିଲ ଏବଂ ପଠାଣି ସାମନ୍ତ ପ୍ଲାନେଟୋରିୟମ ସହାୟତାରେ ରାଜ୍ୟର 30ଟି ଜିଲ୍ଲାର 300ଟି ସ୍କୁଲରେ ପ୍ରତିଯୋଗିତା ଆୟୋଜିନ କରାଯାଇଥାଏ । ଏଥିରେ ପାଖପାଖି 63 ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି । ତନ୍ମଧ୍ୟରୁ କୃତି 20 ଛାତ୍ରଛାତ୍ରୀଙ୍କୁ ଇସ୍ରୋ ଯିବାର ସୁଯୋଗ ମିଳିଥାଏ । ଚଳିତବର୍ଷ କୃତିତ୍ବ ଲାଭ କରିଥିବା ଶ୍ରେଷ୍ଠ 20 ଛାତ୍ରଛାତ୍ରୀ ମଧ୍ୟ ଇସ୍ରୋ ଯିବେ । ଏଥିସହିତ ସେଠାରେ ଏକ ସପ୍ତାହ ରହି ମହାକାଶ ସମ୍ବନ୍ଧୀୟ ସମସ୍ତ ଜ୍ଞାନ ଆରୋହଣ କରିବେ ବୋଲି ଟାଟା ଷ୍ଟିଲର ମୁଖ୍ୟ କର୍ପୋରେଟ ଅଧିକାରୀ କୂଳଭିନ ସୁରି କହିଛନ୍ତି ।

ତେବେ 20 ଜଣ ଏହି କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ କହିବାନୁଯାୟୀ, ଯୁବ ଜ୍ୟୋତିର୍ବିଜ୍ଞାନୀ ମେଧା ଚୟନ କାର୍ଯ୍ୟକ୍ରମରେ ସାମିଲ ହୋଇ ବେଶ ଗର୍ବିତ । ଭାଗ୍ୟରେ ଥିଲେ ଇସ୍ରୋ ଭଳି ମହାକାଶ ଗବେଷଣା କେନ୍ଦ୍ରରେ ଜ୍ଞାନ ଆହରଣର କରିବାକୁ ସୁଯୋଗ ମିଳିଥାଏ । ଅପରପକ୍ଷେ ଜଣେ ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ମାଇଲ ଖୁଣ୍ଟ ସଦୃଶ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।

ପ୍ରତିବର୍ଷ ଜୁଲାଇ 15 ତାରିଖରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଡିସେମ୍ବର 13 ପଠାଣି ସାମନ୍ତଙ୍କ ଜନ୍ମଦିବସରେ ସମାପ୍ତ ହୋଇଥାଏ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.