ETV Bharat / briefs

ବୋଲେରୋରୁ 14 ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ବାର୍ଡ, 3 ଅଟକ - 3 arrested

ସୁକିନ୍ଦା ନିର୍ବାଚନମଣ୍ଡଳୀର ଗରାମିଆଁ ରେଙ୍ଗାଲି ବନ୍ଧରେ 14 ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ବାର୍ଡ ଓ କାଳିଆପାଣି ପୋଲିସ । ଜବତ ନଗଦ ଟଙ୍କା ସମ୍ପର୍କରେ ଖୋଳତାଡ ଆରମ୍ଭ କରାଯାଇଥିବା ବେଳେ କୌଣସି ରାଜନୈତିକ ଦଳ ନିମନ୍ତେ ଟଙ୍କା ଗୁଡିକ ଯାଉଥିବା ପୋଲିସ ସନ୍ଦେହ କରୁଛି । ଉକ୍ତ ମାମଲାରେ ପୋଲିସ 3ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଯାଜପୁର
author img

By

Published : Apr 14, 2019, 1:39 PM IST

ଯାଜପୁର: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ । ନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତିଶୃଙ୍ଖଳା କରିବାକୁ ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନୀ ଆଚରଣ ବିଧି ଲାଗୁ କରାଯାଇଥିଲା । ତେବେ ବିଭିନ୍ନ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେଇଥିବା ବେଳେ ଆଗକୁ 3ଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ବାର୍ଡ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରି ଗାଡି ଗୁଡିକ ଯାଞ୍ଚ କରୁଛନ୍ତି । ଏହି ଯାଞ୍ଚ ବେଳେ ସୁକିନ୍ଦା ନିର୍ବାଚନମଣ୍ଡଳୀର ଗରାମିଆଁ ରେଙ୍ଗାଲି ବନ୍ଧରେ 14 ଲକ୍ଷ ଟଙ୍କା ଜବତ ହୋଇଛି ।

ସୂଚନାନୁସାରେ ଏନସିସି ଟ୍ରାନ୍ସପୋର୍ଟ କମ୍ପାନୀ ଏକ ବୋଲେରୋ ଗାଡିରେ ରେଙ୍ଗାଲି ବନ୍ଧ ଦେଇ ଏହି ଟଙ୍କା ନେଇ ଯାଉଥିଲା । ଏହି ସମୟରେ ସେହି ରାସ୍ତାରେ ଫ୍ଲାଇଂ ସ୍କ୍ବାର୍ଡ ଟିମ୍ ଓ କାଳିଆପାଣି ପୋଲିସ ଗାଡି ଗୁଡିକୁ ଯାଞ୍ଚ କରୁଥିଲେ । ମାତ୍ର ଉକ୍ତ ରାସ୍ତାରେ ଗାଡି ଯାଞ୍ଚ ହେଉଥିବା ଦେଖି ଅର୍ଦ୍ଧନିର୍ମିତ ରାସ୍ତା ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ । କିନ୍ତୁ ସ୍କ୍ବାର୍ଡ ଉକ୍ତ ଗାଡିକୁ ଗୋଡେଇ ଗୋଡେଇ ଧରିଥିଲେ ।

ତେବେ ଜବତ ନଗଦ ଟଙ୍କା ସମ୍ପର୍କରେ ଖୋଳତାଡ ଆରମ୍ଭ କରାଯାଇଥିବା ବେଳେ କୌଣସି ରାଜନୈତିକ ଦଳ ନିମନ୍ତେ ଟଙ୍କା ଗୁଡିକ ନିକଟସ୍ଥ ଗ୍ରାମକୁ ଯାଉଥିବା ପୋଲିସ ସନ୍ଦେହ କରୁଛି । ଉକ୍ତ ମାମଲାରେ ପୋଲିସ 3ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

gfgffg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.