ETV Bharat / briefs

କାହିଁକି ପୋଲିସ ଡିଜି ପଦରୁ ହଟିଥିଲେ ପ୍ରକାଶ?

ପଦ୍ମ ପୋଖରୀରେ ବୁଡ ମାରିବା ସହ ଗୁମର ଖୋଲିଛନ୍ତି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର । ବଖାଣିଛନ୍ତି ତାଙ୍କ ପ୍ରତି ହୋଇଥିବା ଅବିଚାରର କାହାଣୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Mar 25, 2019, 5:23 PM IST

କଟକ: ପଦ୍ମ ଧରିଲେ, ଗୁମର ଖୋଲିଲେ । କାହିଁକି ପୋଲିସ ମହାନିର୍ଦ୍ଦେଶକ ପଦବୀରୁ ତାଙ୍କୁ ରାଜ୍ୟ ସରକାର ହଟାଇ ଦେଇଥିଲେ, ପ୍ରକାଶ କରିଛନ୍ତି ପ୍ରକାଶ । ରାଜ୍ୟ ସରକାରଙ୍କ ନାଁରେ ଆଣିଛନ୍ତି ଗୁରୁତର ଅଭିଯୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରବିବାର ପଦ୍ମ ଧରିଥିଲେ ପ୍ରକାଶ । ଆଉ ଆଜି ତାଙ୍କୁ ବିଧିବଦ୍ଧ ଭାବରେ କଟକ ଲୋକସଭା ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଇଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ରାଜ୍ୟ ସରକାରଙ୍କ ଗୁମର ଖୋଲିବାକୁ ଚେଷ୍ଟାକରିଛନ୍ତି ପ୍ରକାଶ ମିଶ୍ର । କାହିଁକି ତାଙ୍କୁ ରାଜ୍ୟ ସରକାର ହଠାତ ପୋଲିସ ଡିଜି ପଦବୀରୁ ହଠାତ ହଟାଇ ଦେଇଥିଲେ, ସେନେଇ ପ୍ରତିକ୍ରିୟା ରଖିଛନ୍ତି ସେ ।

ପ୍ରକାଶଙ୍କ କହିବା କଥା ହେଲା, ନିରପେକ୍ଷ ଭାବରେ ସେ ଚିଟଫଣ୍ଡ, ଖଣି ଦୁର୍ନୀତିର ତଦନ୍ତ କରିବାକୁ ଚାହିଁଥିଲେ । ଏପରିକି 2014 ନିର୍ବାଚନରେ ବେଆଇନ ଟଙ୍କା କାରବାର ଉପରେ କଡା ପଦକ୍ଷେପ ନେଇଥିଲେ । ଯାହା ଫଳରେ ରାଜ୍ୟ ସରକାର ତାଙ୍କୁ ଆକ୍ରୋଶମୂଳକ ଭାବରେ ବିତାଡିତ କରିଥିବା ପ୍ରକାଶ କହିଛନ୍ତି । ତେବେ କୌଣସି ପ୍ରତିଶୋଧ ପରାୟଣ ହୋଇ ସେ ରାଜନୀତିକୁ ଆସିନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.