ଭୁବନେଶ୍ବର: ଖଣ୍ଡଗିରି ଥାନା ଅଞ୍ଚଳରୁ ଜଣେ ଛାତ୍ରକୁ ଉଠାଇ ନେଲା NIAଟିମ୍ । କମିସନରେଟ୍ ପୋଲିସ ସହାୟତାରେ ଯୁବକଙ୍କୁ ଉଠାଇଛନ୍ତି NIAର ଦୁଇଜଣ ଅଧିକାରୀ । ଏକ ବନ୍ଧୁକ କାରବାର ଲିଙ୍କରେ ଉଠାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି।
ଯୁବକଙ୍କୁ ଖଣ୍ଡଗିରି ଥାନାରେ ରଖି ପଚରାଉଚରା କରୁଛନ୍ତି ଟିମ। ଏନେଇ ସ୍ପଷ୍ଟ କରିଛନ୍ତି ପୋଲିସ କମିସନର । ତେବେ କେଉଁ କାରଣରୁ ଏହା କରାଯାଉଛି ତାହା ଜଣାପଡି ନଥିବାବେଳେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତୀୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ।
ଏହାକୁ ନେଇ ଅନାବଶ୍ୟକ ଭାବେ ଅଯଥା କଳ୍ପନା ଜଳ୍ପନା ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ତେବେ ଛାତ୍ରର ବିଭିନ୍ନ ବ୍ୟାକଗ୍ରାଉଣ୍ଡ ନେଇ ସ୍ଥାନୀୟ ପୋଲିସ ସହାୟତାରେ ଯାଞ୍ଚ କରୁଛନ୍ତି। ତାର ନାମ ଓ କେଉଁ ଲିଙ୍କରେ ଉଠାଇଛନ୍ତି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ