ETV Bharat / bharat

କଂଗ୍ରେସ ଜାତୀୟ ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ନିଧନ - ରାଜୀବ ତ୍ୟାଗୀଙ୍କ ନିଧନ

ରାଜୀବ ତ୍ୟାଗୀ
ରାଜୀବ ତ୍ୟାଗୀ
author img

By

Published : Aug 12, 2020, 7:58 PM IST

Updated : Aug 12, 2020, 9:12 PM IST

19:52 August 12

କଂଗ୍ରେସ ଜାତୀୟ ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ନିଧନ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସର ପ୍ରଖର ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ଆକସ୍ମିକ ବିୟୋଗ । ହଠାତ ଗୁରୁତର ହୋଇପଡିବାରୁ ଗାଜିଆବାଦ ସ୍ଥିତ ଯୋଶଦା ହସ୍ପିଟାଲରେ, ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତାଙ୍କ ପରିବାର ସୂତ୍ରରୁ ସୂଚନା ଅନୁସାରେ ତ୍ୟାଗୀ ବୁଧବାର ସାରା ଦିନ ସ୍ବାଭାବିକ ଥିଲେ । ଦଳୀୟ କାର୍ଯ୍ୟ କରିଥିଲେ । ସଂଧ୍ୟାରେ ଦଳପକ୍ଷରୁ ଟିଭି ବିତର୍କରେ ଭାଗନେବା ପାଇଁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ମଧ୍ୟ ପୋଷ୍ଟ କରିଥିଲେ । ସେହି ଅନୁସାରେ ଏକ ଜାତୀୟ ଗଣମାଧ୍ୟମରେ ଭାଗନେଇଥିଲେ । କାର୍ଯ୍ୟକ୍ରମ ଶେଷ ହେବାପରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାର ତ୍ୟାଗୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  

କଂଗ୍ରେସର ଜଣେ ଜଣାଶୁଣା ପ୍ରବକ୍ତା ଭାବେ ପରିଚିତ ଥିଲେ ରାଜୀବ । ଦଳର ପକ୍ଷକୁ ସେ ଉଚ୍ଚିତ ଢଙ୍ଗରେ ଉପସ୍ଥାପନା କରିବା ସହ ବିରୋଧୀଙ୍କୁ ମଧ୍ୟ ସଠିକ ମୁକାବିଲା କରୁଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ସମେତ ବିଭିନ୍ନ ଦଳର ନେତା ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ଅସୁସ୍ଥ ହେବାର କିଛି ସମୟ ପୂର୍ବରୁ ଏକ ଗଣମାଧ୍ୟମରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସହ ମଧ୍ୟ ବିତର୍କ କରିଥିଲେ । ହଠାତ ତାଙ୍କ ମୃତ୍ୟୁକୁ ନେଇ ସମ୍ବିତ ପାତ୍ର ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 12, 2020, 9:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.