ETV Bharat / city

ଓଡିଶା ପାଇଁ ଐତିହାସିକ ଦିନ, 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତର ମାନ୍ୟତା

author img

By

Published : Jun 7, 2020, 2:18 PM IST

Updated : Jun 7, 2020, 3:47 PM IST

ଓଡିଶା ପାଇଁ ଐତିହାସିକ ଦିନ, 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତର ମାନ୍ୟତା
ଓଡିଶା ପାଇଁ ଐତିହାସିକ ଦିନ, 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତର ମାନ୍ୟତା

14:12 June 07

ଭୁବନେଶ୍ବର: ଓଡିଶା ପାଇଁ ଆଜି ଏଜ ଐତିହାସିକ ଦିନ। କାନ୍ତକବିଙ୍କ ରଚିତ 'ବନ୍ଦେ ଉତ୍କଳ ଜନନୀ'କୁ ମିଳିଛି ରାଜ୍ୟ ସଙ୍ଗୀତର ମାନ୍ୟତା । ରବିବାର ଏହି ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି ।  

'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ଗାନର ଅନୁମୋଦିତ ସ୍ବର, ଶୈଳୀ ତଥା ରେକର୍ଡ଼ିଂ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରସ୍ତୁତ ପାଇଁ ସ୍ଥିର କରାଯାଇଛି। ଏହାର ଗାୟନ ଅବଧି ସ୍ବର ତଥା ଶୈଳୀ ଉପରୋକ୍ତ ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ। ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭା କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଏହି ସଙ୍ଗୀତ ବିନା ବାଦ୍ୟରେ ଅନୁମୋଦିତ ସଂସ୍କରଣ ପରିବେଷଣ କରାଯିବ।

ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟ ସଭା ସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟ ଯନ୍ତ୍ର ସଙ୍ଗୀତ ସହିତ ଏହାକୁ ପରିବେଷଣ କରାଯିବ। ସେହିପରି ଉଦଘାଟନୀ, ଉଦଯାପନି, ଉଦ୍ବୋଧନି ସଙ୍ଗୀତ ସମାରୋହରେ ଏହାକୁ ଗାନ କରିବା ସମୟରେ ସମସ୍ତେ ଦଣ୍ଡାୟମାନ ରହିବେ। ତେବେ ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କ ପାଇଁ ନିଜର ଅକ୍ଷମତା କାରଣରୁ ସେମାନେ ନିଜ ସିଟରେ ବସି ରହି ସମ୍ମାନର ସହିତ ଏହି ସଙ୍ଗୀତ ଗାନ କରିବାର ପ୍ରାବଧାନ ରହିବ। ଶିଶୁମାନଙ୍କ କ୍ଷେତ୍ରରେ ବି ଏହା ଲାଗୁ ହେବ। ଏହି ସଙ୍ଗୀତ ପୋଲିସ ବ୍ୟାଣ୍ଡ, ବଂଶୀ, ସୀତାର ଭଳି ବାଦ୍ୟ ଯନ୍ତ୍ରରେ ପରିବେଷଣ କରାଯାଇ ପାରିବ। ଅନ୍ୟପକ୍ଷେ ସଙ୍ଗୀତ ପ୍ରଚାର ପ୍ରସାର ପାଇଁ ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ମଧ୍ୟ ଏହାକୁ ସାମିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 7, 2020, 3:47 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.