ETV Bharat / bharat

ଜରୁରୀକାଳୀନ ବ୍ୟବହାର ପାଇଁ DCGIକୁ ଅନୁମତି ମାଗିଲା ଜାଇଡ଼ସ

ଭାରତରେ 12 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ପ୍ରସ୍ତୁତ ହେଲା ଟିକା । ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ଜାଇଡ଼ସ କାଡିଲା । ଅଧିକ ପଢନ୍ତୁ...

author img

By

Published : Jul 1, 2021, 11:19 AM IST

Updated : Jul 1, 2021, 1:09 PM IST

ଜରୁରୀକାଳୀନ ବ୍ୟବହାର ପାଇଁ DCGI କୁ ଅନୁମତି ମାଗିଲା ଜାଇଡ଼ସ

ନୂଆଦିଲ୍ଲୀ: ଭାରତରେ 12 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ପ୍ରସ୍ତୁତ ହେଲା ଟିକା । ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ଜାଇଡ଼ସ କାଡିଲା । କୋରୋନା ବିରୋଧ ମହାଯୁଦ୍ଧରେ ଭାରତ ଆଉ ଏକ ବଡ଼ ଅସ୍ତ୍ର ପାଇବାକୁ ଯାଉଛି । ଯଦି ସବୁ କିଛି ଠିକ୍ ହୁଏ, ତେବେ ଭାରତ ଖୁବ ଶୀଘ୍ର 12 ବର୍ଷରୁ ଊର୍ଦ୍ଧ୍ବ ପିଲାମାନଙ୍କୁ ଟୀକାକରଣ ଆରମ୍ଭ କରିବ ।

ବେଙ୍ଗାଲୁରୁ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଇଡସ କାଡିଲା 12 ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଏହାର DNA ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI)ରୁ ଅନୁମୋଦନ ଲୋଡିଛି । ଯଦି ଏହି ଟିକା DCGI ଦ୍ବାରା ଅନୁମୋଦିତ ହୁଏ, ତେବେ ଖୁବ ଶୀଘ୍ର ଏହି ଟିକା ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ସାମିଲ ହେବ ।

ସୂଚନାନୁଯାୟୀ, ଏହି ଟିକାର ତିନୋଟି ପର୍ଯ୍ୟାୟର ପରୀକ୍ଷା ସଫଳତାର ଶେଷ ହୋଇଛି । ତେଣୁ ଭାରତର ଔଷଧ ଜାଇଡ଼ସ କାଡିଲା, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆରେ ଏହାର ଡିଏନ୍ଏ ଟିକା ଜାଇକୋଭ୍-ଡିର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି । ଏହି ଜାଇଡସ କାଡିଲା ଟିକା 12 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ । ଏହି କମ୍ପାନୀ ଟୀକାକରଣର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ 28,000 ରୁ ଅଧିକ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ତେବେ ଶେଷ ରିପୋର୍ଟ ଅନୁଯାୟୀ, ଏହି ଟିକା ସୁରକ୍ଷିତ ଓ ଅଧିକ ପ୍ରବାବଶାଳୀ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡ. ଭି.କେ ପଲ ।

@ANI

Last Updated : Jul 1, 2021, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.