ETV Bharat / bharat

କୋରୋନା ରୋଗୀଙ୍କ ଭଳି ସଙ୍ଗରୋଧରେ ରହିବେ ଜିକା ସଂକ୍ରମିତ - କଣ୍ଟେନମେଣ୍ଟ ଜୋନ୍

ୟୁପିର କାନପୁର ପରେ ଲକ୍ଷ୍ନୌରେ ଜିକା ଭାଇରସ ଦ୍ବାରା ସଂକ୍ରମିତ ତିନି ରୋଗୀ ଚିହ୍ନଟ ହେବା ପରେ ଏବେ ଚାରିଆଡେ ଖେଳିଯାଇଛି ଭୟର ବାତାବରଣ । ତେବେ ଏହାକୁ ରୋକିବା ପାଇଁ ଶନିବାର ରାଜଧାନୀର ସ୍ମାର୍ଟ ସିଟି ଅଡିଟୋରିୟମରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ସ୍ବାସ୍ଥ୍ୟ ଅଧିକାରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ସଙ୍ଗରୋଧରେ ରହିବେ ଜିକା ସଂକ୍ରମିତ, ରୋଗୀଠୁ ୪୦୦ ମିଟର ହେବ କଣ୍ଟେନମେଣ୍ଟ ଜୋନ୍

author img

By

Published : Nov 14, 2021, 12:58 PM IST

ଲକ୍ଷ୍ନୌ: ୟୁପିର କାନପୁର ପରେ ଲକ୍ଷ୍ନୌରେ ଜିକା ଭାଇରସ ଦ୍ବାରା ସଂକ୍ରମିତ ତିନି ରୋଗୀ ଚିହ୍ନଟ ହେବା ପରେ ଏବେ ଚାରିଆଡେ ଖେଳିଯାଇଛି ଭୟର ବାତାବରଣ । ତେବେ ଏହାକୁ ରୋକିବା ପାଇଁ ଶନିବାର ରାଜଧାନୀର ସ୍ମାର୍ଟ ସିଟି ଅଡିଟୋରିୟମରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କୋରୋନା ପରି ଜିକା ଭୂତାଣୁ ଦ୍ବାରା ସଂକ୍ରମିତ ରୋଗୀକୁ ସଂପୂର୍ଣ୍ଣ ଆଇସୋଲେସନରେ ରଖିବା ଏବଂ କଣ୍ଟେନମେଣ୍ଟ ଜୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ଏତିକି ନୁହେଁ, ଡିଏମ ଅଭିଷେକ ପ୍ରକାଶ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ମନିଟରିଂ ଦଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ରାଜଧାନୀରେ ଜିକା ଭାଇରସର ଯେଉଁ ତିନୋଟି ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଦୁଇଜଣ ହୋମ ଆଇସୋଲେସନରେ ଥିବାବେଳେ ଜଣେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଡିଏମ୍ ଅଭିଷେକ ପ୍ରକାଶ କହିଛନ୍ତି ଯେ, ବର୍ତ୍ତମାନଠାରୁ ଆମକୁ ସମ୍ପୂର୍ଣ୍ଣ ସଚେତନ ହୋଇ ନିୟନ୍ତ୍ରଣ କାର୍ଯ୍ୟକୁ ତୀବ୍ର କରିବା ଉଚିତ। ଯେଉଁଠାରେ ଜିକା ଭାଇରସ ମିଳେ, ସେଠାରୁ 400 ମିଟର ମଧ୍ୟରେ କଣ୍ଟେନମେଣ୍ଟ ଜୋନ କରନ୍ତୁ ।

ଡିଏମ କହିଛନ୍ତି ଯେ, କଣ୍ଟେନମେଣ୍ଟ ଜୋନରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଘରକୁ ଘର ଯାଇ ଆଣ୍ଟି-ଲାର୍ଭା ଯାଞ୍ଚ କରିବେ ଏବଂ ଲକ୍ଷଣ ଥିବା ଲୋକଙ୍କୁ ପରୀକ୍ଷା କରିବେ । ଏହା ସହିତ ଜିକା ଭାଇରସ ପଜିଟିଭ ବ୍ୟକ୍ତିଙ୍କ ଘର ବାହାରେ ବ୍ୟାରିକେଡିଂ ମଧ୍ୟ କରାଯିବ । ଏହାସହ ଜିକା ଭାଇରସ ପଜିଟିଭ ରୋଗୀକୁ ସମ୍ପୂର୍ଣ୍ଣ ଅଲଗା ରଖିବା ଉଚିତ୍‌ । ଇଣ୍ଟିଗ୍ରେଟେଡ୍ କୋଭିଡ୍ କମାଣ୍ଡ ସେଣ୍ଟର ମାଧ୍ୟମରେ ଲୋକଙ୍କୁ ଜିକା ଭାଇରସ ସମ୍ବନ୍ଧୀୟ ସୂଚନା ଦେବା ପାଇଁ ହେଲ୍ପଲାଇନ ନମ୍ବର 0522-4523000 ଜାରି କରାଯାଇଛି ।

କଣ୍ଟେନମେଣ୍ଟ ଜୋନରେ ଗର୍ଭବତୀ ମହିଳାଙ୍କ ପରୀକ୍ଷା ପାଇଁ ମଧ୍ୟ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗର 100 ଟି ଟିମ୍ କଣ୍ଟେନମେଣ୍ଟ ଜୋନରେ ନିୟୋଜିତ ହେବେ, ଯୋଉଁମାନେ ସକାଳ 8 ରୁ ଅପରାହ୍ନ 4.30 ପର୍ଯ୍ୟନ୍ତ ସେଠାରେ ରହିବେ ଏବଂ ସଂନ୍ଧ୍ୟା 5 ଟାରେ CHCରେ ପହଞ୍ଚିବ । ସଂନ୍ଧ୍ୟା 6 ଟାରେ ଦିନ ଯାକର ରିପୋର୍ଟ ଜିଲ୍ଲା ଅଧିକାରୀ କ୍ୟାମ୍ପ ଅଫିସରେ ପ୍ରଦାନ କରିବେ। ତେବେ ରାଜଧାନୀର ଆଠଟି ଡାକ୍ତରଖାନାରେ ଜିକା ୱାର୍ଡ ପ୍ରସ୍ତୁତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.