ETV Bharat / bharat

ଆମେରିକା କଂଗ୍ରେସକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ସମ୍ବୋଧନ, ମାଗିଲେ ସହଯୋଗ - ୟୁକ୍ରେନ ସଙ୍କଟ

ଆମେରିକା ସଂସଦକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ସମ୍ବୋଧନ । କହିଲେ ଆମେରିକାର ସହୟତା ନିହାତି ଆବଶ୍ୟକ । ଛିଡା ହୋଇ ଅଭିବାଦନ ଜଣାଇଲେ ଆମେରିକୀୟ ସାଂସଦ । ଅଧିକ ପଢନ୍ତୁ

ଆମେରିକା ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସମ୍ବୋଧନ, ମାଗିଲେ ସହଯୋଗ

author img

By

Published : Mar 16, 2022, 10:43 PM IST

ୱାଶିଂଟନ: ରୁଷ ଆକ୍ରମଣରେ ଧରାଶାୟୀ ହେବାକୁ ବସିଥିବା ୟୁକ୍ରେନ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆତ୍ମସମର୍ପଣ କରିବା ପରିବର୍ତ୍ତେ ଯୁଦ୍ଧ ଜାରି ରଖିଛି । ୟୁରୋପୀୟ ଦେଶ ସମେତ ଅନ୍ତର୍ଜାତୀୟ ସ୍ତରରେ ସହାୟତା ମାଗି ଆସୁଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆଜି ଆମେରିକା ସଂସଦ (କଂଗ୍ରେସ) କୁ ସମ୍ବୋଧନ କରିଛନ୍ତି । ଭର୍ଚ୍ଚୁଆଲି ସଂସଦକୁ ସମ୍ବୋଧନ କରି ଜେଲେନସ୍କି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଗୃହକୁ ଅବଗତ କରିବା ସହ ଋଷ ବିରୋଧି ଲଢେଇରେ ଆମେରିକା ସହୟତା ଯୋଗାଇବା ନିହାତି ଆବଶ୍ୟକ ବୋଲି କହିଛନ୍ତି ।

ଆହୁରି ମଧ୍ୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପର୍ଲ ହାର୍ବର୍ ଏବଂ ସେପ୍ଟେମ୍ବର 11, 2001 ରେ ଆମରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଉଲ୍ଲେଖ କରିବାକୁ ଭୁଲିନାହାନ୍ତି । ସେହିପରି ଋଷ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ତେଣୁ ବର୍ତ୍ତମାନ ସମୟରେ ୟୁକ୍ରେନ ଲଢେଇ ଜାରି ରଖିବା ପାଇଁ ସେ ଆମେରିକାର ସହାୟତା ଚାହୁଁଛନ୍ତି । ସେହିପରି ଆମେରିକା ଋଷ ଉପରେ ଲଗାଇଥିବା ଆର୍ଥିକ କଟକଣା ନିଷ୍ପତ୍ତିକୁ ଜେଲେନସ୍କି ପ୍ରଶଂସା କରିବା ସହ ଏପରି ଆହୁରି ଅନ୍ତର୍ଜାତୀୟ କଟକଣା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ।

ଜେଲେନସ୍କି ଆମେରିକୀୟ ସଂସଦରେ ଭର୍ଚ୍ଚୁଆଲି ସାମିଲ ହୋଇଥିଲେ । ସେ ଗୃହକୁ ସମ୍ବୋଧନ କଲାବେଳେ ମସସ୍ତ ଆମେରିକୀୟ ସଦସ୍ୟ ଛିଡା ହୋଇ ତାଙ୍କୁ ଅଭିବାଦନ ଜଣାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଜେଲେନସ୍କି ଆମେରିକା ସମେତ ଅନ୍ୟ କିଛି ୟୁରୋପୀୟ ସଂସଦରେ ମଧ୍ୟ ସମ୍ବୋଧନ କରିବା ଏହି ପ୍ରସଙ୍ଗରେ କ୍ରମାଗତ ସହାୟତା ମାଗିସାରିଛନ୍ତି । ପ୍ରାୟ ସମସ୍ତ ୟୁରୋପୀୟ ଦେଶ ପ୍ରଥମରୁ ତାଙ୍କୁ ନୈତିକ ସମର୍ଥନ ଦେବା ସହ ସାମରିକ ପ୍ରସଙ୍ଗରେ ମଧ୍ୟ ସହାୟତା କରିବାରେ ଲାଗିଛନ୍ତି । ଯାହା ଫଳରେ ଋଷର ମିଶନ କିଭ ବିଳମ୍ବ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.