ETV Bharat / bharat

ମୋ ବାପାଙ୍କ ସ୍ବପ୍ନ ଥିଲା, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ: ଶର୍ମିଲା - YS Sharmila

YSRTP chief YS Sharmila joins Congress: କଂଗ୍ରେସରେ ସାମିଲ ହେଲେ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇ ଏସ ଶର୍ମିଲା । ନୂଆଦିଲ୍ଲୀରେ ସଂପନ୍ନ ହୋଇଛି ମିଶ୍ରଣ ପର୍ବ । ଏହାସହ କଂଗ୍ରେସ ସହ ବିଲୟ ହୋଇଛି YSRTP । କଂଗ୍ରେସରେ ଯୋଗ ଦେବା ପରେ ଏଭଳି କହିଲେ ଶର୍ମିଲା...

ମୋ ବାପାଙ୍କ ସ୍ବପ୍ନ ଥିଲା, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ: ଶର୍ମିଲା

author img

By ETV Bharat Odisha Team

Published : Jan 4, 2024, 12:49 PM IST

ମୋ ବାପାଙ୍କ ସ୍ବପ୍ନ ଥିଲା, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ: ଶର୍ମିଲା

ନୂଆଦିଲ୍ଲୀ: ତେଲେଙ୍ଗାନାରେ କଂଗ୍ରେସର ବାଜିମାତ ପରେ ରାଜ୍ୟରେ ଆଉ ଏକ ରାଜନୈତିକ ପରିବର୍ତ୍ତନ । କଂଗ୍ରେସ କ୍ୟାମ୍ପରେ ସାମିଲ ହୋଇଛନ୍ତି ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି (YSRTP) ମୁଖ୍ୟ ୱାଇ ଏସ୍ ଶର୍ମିଲା । ଶର୍ମିଲା ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଏସ ରାଜଶେଖର ରେଡ୍ଡୀଙ୍କ ଝିଅ ଏବଂ ଆନ୍ଧ୍ରପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ।

  • Delhi | YS Sharmila meets Congress Parliamentary Party Chairperson Sonia Gandhi after she merges YSR Telangana Party with Congress pic.twitter.com/hHOMjMNYhL

    — ANI (@ANI) January 4, 2024 " class="align-text-top noRightClick twitterSection" data=" ">

ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସରେ ମିଶିଛନ୍ତି ଶର୍ମିଲା । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ଶର୍ମିଲା । କଂଗ୍ରେସରେ ଆନୁଷ୍ଠାନିକ ଯୋଗଦାନ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଶର୍ମିଲା । ସେ କହିଛନ୍ତି, ' ମୁଁ ଆଜି ବହୁତ ଖୁସି । ମୋତେ ଦଳ ଯେଉଁ ଦାୟିତ୍ବ ଦେବ, ମୁଁ ତାହା କରିବି । ମୋ ବାପା ୱାଇଏସ ରାଜଶେଖର ରେଡ୍ଡୀଙ୍କ ସ୍ବପ୍ନ ଥିଲା, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହୁଅନ୍ତୁ । ' କଂଗ୍ରେସରେ ସାମିଲ ହେବା ପରେ ଭାବବିହ୍ବଳ ହୋଇ ପଡ଼ିଥିଲେ ଶର୍ମିଲା ।

ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସରେ ମିଶିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଶର୍ମିଲା

ଆଞ୍ଚଳିକ ଦଳ ପାଇଁ ଚ୍ୟାଲେଞ୍ଜ !

ତେଲେଙ୍ଗାନାରେ ସରିଛି ବିଧାନସଭା ନିର୍ବାଚନ । ଆଗକୁ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ । ତେଲେଙ୍ଗାନାରେ କେସିଆର ଗଡ଼କୁ ନିଜ କବଜାକୁ ନେଇଛଇ କଂଗ୍ରେସ । କେସିଆରଙ୍କ ବିଆରଏସ୍ ଦକ୍ଷିଣ ଭାରତର ଅନ୍ୟତମ ଶକ୍ତିଶାଳୀ ଆଞ୍ଚଳିକ ଦଳକୁ ମାତ୍ ଦେଇ କ୍ଷମତା ହାତେଇଛି ଗ୍ରାଣ୍ଡ ଓଲ୍ଡ ପାର୍ଟି । ଆନ୍ଧ୍ର ପ୍ରଦେଶରେ ମଧ୍ୟ କ୍ଷମତାରେ ରହିଛି ଅନ୍ୟତମ ଆଞ୍ଚଳିକ ଦଳ ୱାଇଏସଆର କଂଗ୍ରେସ । ୱାଇଏସ ରାଜଶେଖର ରେଡ୍ଡୀଙ୍କ ମୃତ୍ୟୁ ପରେ, କଂଗ୍ରେସରୁ ବାହାରି ଯାଇ ନୂଆ ପାର୍ଟି ୱାଇଏସଆର କଂଗ୍ରେସ ଗଠନ କରିଥିଲେ ଜଗନମୋହନ ରେଡ୍ଡୀ । ୨୦୧୯ରୁ ଆନ୍ଧ୍ରରେ କ୍ଷମତାରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ତେଣୁ ଆନ୍ଧ୍ରରେ ତେଲେଙ୍ଗାନା ଫର୍ମୂଲା ପ୍ରୟୋଗ କରିବ କି କଂଗ୍ରେସ ପାର୍ଟି ? ଆଉ ଏକ ଆଞ୍ଚଳିକ ଦଳ ପାଇଁ କଂଗ୍ରେସ ସୃଷ୍ଚି କରିବ କି ଚ୍ୟାଲେଞ୍ଜ ?

କେଉଁ ଭୂମିକାରେ ଉଭା ହେବେ ଶର୍ମିଲା ?

୨୦୨୪ରେ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ, ଜଗନମୋହନଙ୍କ ଭଉଣୀ ଶର୍ମିଲାଙ୍କ ଉପରେ ରହିଛି ନଜର । ଆନ୍ଧ୍ର ପ୍ରଦେଶରେ କଂଗ୍ରେସକୁ ନେତୃତ୍ବ ଦେବେ କି ଶର୍ମିଲା ? ଭାଇଙ୍କ ବିରୋଧରେ ଭଉଣୀଙ୍କୁ ଲଢ଼ାଇବ କି କଂଗ୍ରେସ ପାର୍ଟି ? ତେଲେଙ୍ଗାନା ପରେ ଆନ୍ଧ୍ରରେ ଆଞ୍ଚଳିକ ଦଳକୁ ମାତ୍ ଦେବାରେ ସହାୟକ ହେବେ କି ଶର୍ମିଲା ? ଶର୍ମିଲା ଆନ୍ଧ୍ର ରାଜନୀତିରେ ରହିବେ ନା ତେଲେଙ୍ଗାନାରେ ? ଜାତୀୟ ରାଜନୀତିକୁ ଫୋକସ କରିବେ କି ଶର୍ମିଲା ? କଂଗ୍ରେସ କିମ୍ବା ଶର୍ମିଲାଙ୍କ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇନଥିବା ବେଳେ, କଂଗ୍ରେସରେ ଶର୍ମିଲାଙ୍କ ଏଣ୍ଟ୍ରିକୁ ନେଇ ଉଭୟ ଆନ୍ଧ୍ର ଏବଂ ତେଲେଙ୍ଗାନା ରାଜନୀତି ପାଣିପାଗକୁ ସରଗରମ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.