ETV Bharat / bharat

ପରଲୋକରେ ୱାଇଏସଆର କଂଗ୍ରେସ ବିଧାୟକ ଜି ଭେଙ୍କଟ ସୁବୈହା - ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ

ୱାଇଏସଆର କଂଗ୍ରେସ ବିଧାୟକ ଜି ଭେଙ୍କଟ ସୁବୈହା 62 ବର୍ଷ ବୟସରେ ପରଲୋକ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

YSRCP MLA Subbaiah passes away
ୱାଇଏସଆର କଂଗ୍ରେସ ବିଧାୟକ ଜି ଭେଙ୍କେଟ ସୁବୈହାଙ୍କ ପରୋଲକ
author img

By

Published : Mar 28, 2021, 12:24 PM IST

ଅମରାବତୀ: ୱାଇଏସଆର କଂଗ୍ରେସ ବିଧାୟକଙ୍କ ପରଲୋକ । ଶନିବାର ଆନ୍ଧ୍ରପ୍ରଦେଶ ବିଧାନସଭା ସଦସ୍ୟ ଜି ଭେଙ୍କଟ ସୁବୈହା 62 ବର୍ଷ ବୟସରେ ପରଲୋକ ଘଟିଛି । ସେ ଆନ୍ଧ୍ରପ୍ରଦେଶର ବାଡଭେଲ ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ । ସେ କଡପ୍ପାର ଏକ ଘରୋଇ ହସପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏ ନେଇ ତାଙ୍କ ପରିବାର ସଦସ୍ୟ ସୂଚନା ଦେଇଛନ୍ତି ।

ସେ ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ଦଳର ନେତା ଭାବରେ ସକ୍ରିୟ ରହିଥିଲେ । ତାଙ୍କର ସ୍ତ୍ରୀ ସହ ଦୁଇ ଜଣ ପୁଅ ରହିଛନ୍ତି । ନିକଟରେ ସେ ହାଇଦ୍ରାବାଦରେ ଆଣ୍ଠୁଗଣ୍ଠି ଚିକତ୍ସା କରି ଫେରିଥିଲେ । ଏହା ସହ ସେ ନିଜ ନିର୍ବାଚନ ମଣ୍ଡଳର ଲୋକଙ୍କ ସହିତ ମଧ୍ୟ ଭେଟିଥିଲେ ଏବଂ ନିକଟରେ ହୋଇଥିବା ପୌର ନିର୍ବାଚନ ପାଇଁ ପ୍ରଚାର କରିଥିଲେ । ଏହାପରେ ପୁଣି ଅସୁସ୍ଥ ହେବା ଯୋଗୁଁ କଡପ୍ପାରେ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ବିଧାୟକ ଭେଙ୍କେଟ ସୁବୈହା 2019 ସାଧାରଣ ନିର୍ବାଚନରେ ବାଡଭେଲ ବିଧାନସଭା ଆସନରେ ପ୍ରତିଦ୍ବନ୍ଦିତା କରି ଟିିଡିପି ବିଧାୟକ ଓବୁଲାପୁରମ ରାଜଶେଖରଙ୍କୁ 44,000 ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ବିଧାୟକଙ୍କ ପରଲୋକରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.