ଶ୍ରୀନଗର: ମହାପୁରୁଷ ମହମ୍ମଦଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ମୁଣ୍ଡକାଟ ଧମକ ଦେଇ ଭିଡିଓ ପ୍ରସ୍ତୁତ କରିଥିବା ୟୁଟ୍ଯୁବର ଗିରଫ । କାଶ୍ମୀରର ୟୁଟ୍ୟୁବର ଫୈଜଲ ଓ୍ବାନୀଙ୍କୁ ଆଜି (ଶନିବାର) କାଶ୍ମୀର ପୋଲିସ ଗିରଫ କରିଥିବା ସୂଚନା ରହିଛି । ନୂପୁରଙ୍କ ମୁଣ୍ଡକାଟ କରାଯିବା ନେଇ ଭିଡିଓରେ ଦର୍ଶାଯାଇଥିଲା । ଏହି ଭିଡିଓକୁ ନିଜ ୟୁଟ୍ୟୁବ ଚାନେଲରେ ଅପଲୋଡ କରିଥିଲେ ଫୈଜଲ ।
-
Kashmir-based YouTuber Faisal Wani who had earlier posted a VFX video depicting the beheading of suspended BJP spokesperson Nupur Sharma has now deleted his earlier tweet (pic 1) & issued an apology (pic 2)
— ANI (@ANI) June 11, 2022 " class="align-text-top noRightClick twitterSection" data="
"I apologise. I'm extremely sorry if someone is hurt due to me," he says pic.twitter.com/iX2rvWPYTm
">Kashmir-based YouTuber Faisal Wani who had earlier posted a VFX video depicting the beheading of suspended BJP spokesperson Nupur Sharma has now deleted his earlier tweet (pic 1) & issued an apology (pic 2)
— ANI (@ANI) June 11, 2022
"I apologise. I'm extremely sorry if someone is hurt due to me," he says pic.twitter.com/iX2rvWPYTmKashmir-based YouTuber Faisal Wani who had earlier posted a VFX video depicting the beheading of suspended BJP spokesperson Nupur Sharma has now deleted his earlier tweet (pic 1) & issued an apology (pic 2)
— ANI (@ANI) June 11, 2022
"I apologise. I'm extremely sorry if someone is hurt due to me," he says pic.twitter.com/iX2rvWPYTm
ଅବଶ୍ୟ ପରେ ଭିଡିଓକୁ ନେଇ ଫୈଜଲ କ୍ଷମା ମଧ୍ୟ ପ୍ରାର୍ଥନା କରିଥିଲେ । ତାଙ୍କର ହିଂସାକୁ ପ୍ରତ୍ସାହିତ କରିବା ଭଳି କୌଣସି ଉଦ୍ଦେଶ୍ୟ ନଥିବା ସଫେଇ ଦେବା ସହ ସେ ପୋଷ୍ଟ କରିଥିବା ଭିଡିଓ ମଧ୍ୟ ଡିଟିଲ କରିଦେଇଥିବା କହିଥିଲେ । ଏହି ଭିଡିଓରେ ଓ୍ବାନି ଖାଲି ଦେହରେ ଥିବାବେଳେ ହାତରେ ଏକ ଖଣ୍ଡା ମଧ୍ୟ ଧରିଥିଲେ । ଗ୍ରାଫିକ୍ସ ବ୍ୟବହାର କରି ସେ ନୁପୂରଙ୍କ ଫଟୋ ମଧ୍ୟ ଭିଡିଓରେ ସାମିଲ କରିଥିଲେ । ନୁପୂରଙ୍କ ମୁଣ୍ଡକାଟ କରାଯିବା ନେଇ ବଡ ହିଂସକ ଓ ଉତ୍ତେଜିତ ଢଙ୍ଗରେ ଉପସ୍ଥାପନ କରିଥିଲେ ଫୈଜଲ । ତେବେ ଏପରି ଘଟଣାକୁ ଗମ୍ଭୀରତାର ସହ ନେଇଛି ପୋଲିସ । ଆଜି ତାଙ୍କୁ ଗିରଫ କରାଯାଇଛି ।
ଏହି ଭିଡିଓଟି ଫୈଜଲଙ୍କର ୟୁଟ୍ୟୁବ ଚାନେଲରେ ଅପଲୋଡ ହୋଇଥିଲା । ଅବଶ୍ୟ ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପ୍ରସ୍ତୁତକାରୀ ଫୈଜଲ ନିଜେ ଭିଡିଓ ଡିଲିଟ କରିବା ସହ କ୍ଷମା ମଧ୍ୟ ମାଗିଥିଲେ । ହିଂସାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ u/s 505 ଓ 506 IPC ଅନୁସାରେ ମାମଲା ରୁଜୁ ହୋଇଥିବା କାଶ୍ମୀର ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ