ETV Bharat / bharat

ଜିମ ଟ୍ରେଡ ମିଲ ଉପରେ ଚାଲୁଥିଲେ, ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

author img

By

Published : Jul 21, 2023, 8:38 AM IST

ଜିମରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ । ଟ୍ରେଡମିଲ ଉପରେ ଚାଲୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଚାଲିଗଲା ଜୀବନ । ଅଧିକ ପଢନ୍ତୁ

gym treadmill in Rohini dies due to electrocution

ନୂଆଦିଲ୍ଲୀ: ଜିମରେ ବ୍ୟାୟାମ କରୁଥିବା ବେଳେ ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ । ଜିମରେ ଥିବା ଟ୍ରେଡମିଲ ଉପରେ ଚାଲୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଦିଲ୍ଲୀର ରୋହିଣୀ ଅଞ୍ଚଳରେ । ମୃତ ଯୁବକ ହେଉଛନ୍ତି ରୋହିଣୀ ସେକ୍ଟର 19ରେ ରହୁଥିବା ସାକଶାମ ପୃଥି । ସେ ଏକ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । ଏହି ମାମଲାରେ ପୋଲିସ ଜିମ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଜିମ ମାଲିକ ହେଉଛନ୍ତି ଅନୁଭବ ଦୁଗଲ ।

ମିଳିଥିବା ସୂଚନା ଅନୁଯାୟୀ, ସାକଶାମ ପୃଥି ପ୍ରତ୍ୟେକ ଦିନ ସିମ୍ପଲେକ୍ସ ଭିଟନେସ ଜୋନ ନାମକ ଏକ ଜିମକୁ ପ୍ରତ୍ୟେକ ଦିନ ବ୍ୟାୟାମ କରିବାକୁ ଯାଆନ୍ତି । ଗତ ମଙ୍ଗଳବାର ସକାଳ ସମୟରେ ଜିମ ଯାଇଥିଲେ । ସେଠାରେ ଥିବା ଟ୍ରେଡମିଲ ଉପରେ ଚାଲୁଥିବା ସମୟରେ ହଠାତ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ପରେ ସେ ତଳେ ପଡିଯିବାକୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ବ୍ୟବଚ୍ଛେଦ ପରେ ଯୁବକଙ୍କ ମୃତଦେହକୁ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି । ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ବିଦ୍ୟୁତ ଝଟକା ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଜିମ ମାଲିକ ବିରୋଧରେ ଏକ ମାମଲା ରୁଜୁ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଜିମ ମାଲିକଙ୍କୁ ଗୁଳି କରି ହତ୍ୟା

ସାକଶାମ ତାଙ୍କ ପରିବାରର ଏକ ମାତ୍ର ପୁଅ ଥିଲେ । ପୁଅକୁ ହରାଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ବାପା ମାଆ । ସେ ଜଣେ ଦକ୍ଷ ଇଞ୍ଜିନିୟର ଥିଲେ । ଟ୍ରେଡ ମିଲରେ ବିଦ୍ୟୁତ ସଂଯୋଗ ହେତୁ ସାକଶାମଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ସେ ଜିମରେ ବ୍ୟାୟାମ କରୁଥିବା ବେଳେ ସେହି ସମୟରେ ଟ୍ରେଡମିଲର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ପରିବାର ଲୋକେ ଜିମ ମାଲିକ ବିରୋଧରେ ଥାନାରେ ଏକ ଏତଲା ଦେଇଥିଲେ । ଜିମ ମାଲିକଙ୍କ ଅବହେଳା କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ମାମଲା ରୁଜୁ କରିଛି ପୋଲିସ । ଏହାପରେ ଜିମ ମାଲିକ ଅନୁଭବ ଦୁଗଲଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ଆଗକୁ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.