ଲକ୍ଷ୍ନୌ: ଅଜବ ନିୟମ । ଯୁବକମାନେ ପିନ୍ଧି ପାରିବେନି ହାଫ ପ୍ୟାଣ୍ଟ । ଆଉ ଯୁବତୀ ପିନ୍ଧିପାରିବେନି ସ୍କଟ କି ଜିନ୍ସ । ଯଦି କେହି ନିୟମ ନମାନନ୍ତି ତେବେ ପଞ୍ଚାୟତରୁ ହେବେ ବିଦା । ଏମିତି କିଛି ତାଲିବାନୀ ନିଷ୍ପତ୍ତି ନିଆଯାଇଛି ହରିୟାଣା ଓ ଉତ୍ତରପ୍ରଦେଶରେ କିଛି ପଞ୍ଚାୟତରେ ।
ଖାପ ପଞ୍ଚାୟତର ତୁଗଲାକି ଫାର୍ମାନଗ୍ରାମ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ନିୟମ ଲାଗୁକରାଯାଇଛି । କୁହାଯାଇଛି ଯେ, ପଞ୍ଚାୟତରେ ସମାଜର କିଛି ବ୍ୟକ୍ତି ସେମାନଙ୍କର ସ୍ଥିତି ଏବଂ ଅସ୍ତିତ୍ବ ବଜାୟ ରଖିବା ପାଇଁ ନୂତନ କୌଶଳ ଅବଲମ୍ବନ କରୁଛନ୍ତି । ପଶ୍ଚିମ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ମଙ୍ଗଳବାର ଅପରାହ୍ନରେ ଚର୍ତାଭାଲ ବିଧାନସଭା ନିର୍ବାଚନମଣ୍ଡଳୀ ଗାଁର ପିପଲଶାଠାରେ ଏକ କ୍ଷତ୍ରିୟ ରାଜପୁତ ସମାଜ ପଞ୍ଚାୟତ ଆୟୋଜିତ ହୋଇଥିଲା। ରାଜପୁତ ସମାଜର ଏକ ଡଜନରୁ ଅଧିକ ଗ୍ରାମବାସୀ ଏହି ପଞ୍ଚାୟତରେ ଭାଗ ନେଇଥିଲେ।
ପଞ୍ଚାୟତରେ ଦୁଷ୍କର୍ମକୁ ନେଇ ଏକ ବିତର୍କ ହୋଇଥିଲା । ଏହି ପଞ୍ଚାୟତରେ ଅଧ୍ୟକ୍ଷତା କରୁଥିବା ଭାରତୀୟ କୃଷକ ସଂଗଠନର ସଭାପତି ଠାକୁର ପୁରଣ ସିଂ ପଞ୍ଚାୟତରେ ଏହି ନୂଆ ନିୟମ ଲାଗୁ କରି କହିଥିଲେ ଯେ, ଯେଉଁ ସାମଜର ସଂସ୍କୃତି ଧ୍ବଂସ ହୁଏ ସେହି ସମାଜ ନିଜେ ସମାପ୍ତ ହୁଏ । ସେଥିପାଇଁ କିଛି କଡା ପଦକ୍ଷେପ ନେବା ଆବଶ୍ୟକ ବୋଲି ଯୁକ୍ତି ବାଢିଛନ୍ତି ଠାକୁର ପୁରଣ ସିଂ ।
ତେଣୁ ଆଜି ପରେ ଗାଁର ଯେଉଁ ଯୁବକମାନେ ଏହି ନିୟମ ମାନିବେ ନାହିଁ ସେମାନଙ୍କୁ ଦଣ୍ଡିତ କରାଯିବ । ଝିଅମାନେ ଆଜିକାଲି ପାଠ ପଢିବାକୁ ଯାଉଛନ୍ତି । ସେମାନଙ୍କୁ ଶିକ୍ଷା ଦିଅ । କିନ୍ତୁ ଝିଅମାନେ ଜିନ୍ସ ପିନ୍ଧିବା କିମ୍ବା ଆପତ୍ତି ଜନକ ପୋଷାକ ପିନ୍ଧିବା ସମାଜ ପାଇଁ ଭଲ ନୁହେଁ । ଏହା ଉପରେ ମଧ୍ୟ ସମାଜ ଏକଜୁଟ ହୋଇ ଏକ ପ୍ରତିବନ୍ଧକ ଲଗାଇବା ଉଚିତ । ଭାରତୀୟ ସଂସ୍କୃତି ଅନୁଯାୟୀ ମହିଳାମାନେ ପୋଷାକ ପିନ୍ଧୁନ୍ତୁ ବୋଲି ପଞ୍ଚାୟତ ବୈଠକରେ ନିଷ୍ପତ୍ତି ହୋଇଛି । ଯେଉଁ ସ୍କୁଲ କଲେଜରେ ଗୁଡି ଏହି ନିୟମ ମାନିବେ ନାହିଁ ସେଗୁଡିକୁ ମଧ୍ୟ ବ୍ୟାନ କରାଯିବ ବୋଲି କହିଛନ୍ତି ଭାରତୀୟ କୃଷକ ସଂଗଠନର ସଭାପତି ଠାକୁର ପୁରଣ ସିଂ । ଯାହାକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚା ଦେଉଥିବା ଦେଖିବାକୁ ମିଳିଛି । ଯେଉଁଠି ସରକାର ବେଟି ବଚାଓ ବେଟି ପଢାଓ ଭଳି ଯୋଜନା ଲାଗୁ କରିଛନ୍ତି । ସେପଟେ ଏଭଳି ପୋଷାକକୁ ନେଇ ଏଭଳି ଚିନ୍ତାଧାରା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ଯୁକ୍ତି ବାଢିଛନ୍ତି ଅଞ୍ଚଳବାସିନ୍ଦା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ