ପାଟନା: ନୂଆବର୍ଷରେ ଅଘଟଣ । ସାମାନ୍ୟ ବଚସାକୁ ନେଇ ସାଙ୍ଗକୁ ଗୁଳି କରି ହତ୍ୟା । ବିହାରର ବୈଶାଳୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ମୃତ ଯୁବକ ଜଣକ ପାଟେପୁର ପୋଲିସ ଷ୍ଟେସନ ନିକଟରେ ଥିବା ମାଲପୁର ଗାଁର ବାସିନ୍ଦା ଶୁଭମ ଝା ବୋଲି ଜଣାପଡିଛି ।
ସୂଚନାନୁସାରେ, ନୂଆବର୍ଷ ପାର୍ଟି ପରେ ଶୁଭମ ଏବଂ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏନେଇ ବିବାଦ ବଢିବା ପରେ ଶୁଭମର ଜଣେ ବନ୍ଧୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ଘଟଣାର ତଦନ୍ତ କରିଥିଲା । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହାଜିପୁର ସଦର ଡାକ୍ତରଖାନାକୁ ପଠାଇଥିଲା ।
ତେବେ ପାଟପୁର ପୋଲିସ ଷ୍ଟେସନ ଦାୟିତ୍ବରେ ଥିବା ରାମଶଙ୍କର କୁମାର କହିଛନ୍ତି , "ଶୁଭମଙ୍କ ମୃତଦେହ ବୈଶାଳୀ ରାସ୍ତାରୁ ଉଦ୍ଧାର କରାଯାଇଛି । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ଯୁବକ ଜଣଙ୍କ ଛାତିରେ ଗୁଳି ବାଜିଥିବା ଦେଖିଥିଲେ । ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସଦର ଡାକ୍ତରଖାନାକୁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ