ETV Bharat / bharat

୭ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ, ନାବାଳିକାଙ୍କୁ ଆଇଟମ୍‌ କହି ଜେଲ୍‌ ଗଲେ ଯୁବକ

ଜଣେ ଯୁବକଙ୍କୁ ଦେଢ଼ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି ପକ୍ସୋ କୋର୍ଟ । ୭ ବର୍ଷ ପରେ ଏଭଳି ରୋଡରୋମିଓଙ୍କ ପ୍ରତି ଦଣ୍ଡ ବିଧାନ ହୋଇଛି । ଅଧିକ ପଢ଼ନ୍ତୁ

Youth  sentenced jail to for calling a girl item victim get justice after sever year in Maharashtra
୭ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ, ନାବାଳିକାଙ୍କୁ ଆଇଟମ୍‌ କହି ଜେଲ୍‌ ଗଲେ ଯୁବକ
author img

By

Published : Oct 25, 2022, 8:52 AM IST

ମୁମ୍ବାଇ: ଝିଅଙ୍କୁ ନେଇ ଅନାବଶ୍ୟକ କମେଣ୍ଟ କରି ଦୁର୍ବ୍ୟବହାର କରି ଅନେକ ବାଟବଣା ଯୁବଗୋଷ୍ଠୀ ବାଃ ବାଃ ନିଅନ୍ତି । ଏହି ସମୟରେ ହିତାହିତ ଜ୍ଞାନ ଭୁଳି ଯାଆନ୍ତି ଯୁବବର୍ଗ । ତେବେ ସାବଧାନ ଏଭଳି କମେଣ୍ଟ ଯୁବବର୍ଗଙ୍କୁ ମହଙ୍ଗା ପଡ଼ିପାରେ । ମହାରାଷ୍ଟ୍ର ରାଜଧାନୀରେ କମେଣ୍ଟ କରିବାରୁ ଜଣେ ଯୁବକଙ୍କୁ ଦେଢ଼ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି ପକ୍ସୋ କୋର୍ଟ । ୭ ବର୍ଷ ପରେ ଏଭଳି ରୋଡରୋମିଓଙ୍କ ପ୍ରତି ଦଣ୍ଡ ବିଧାନ ହୋଇଛି । ୨୫ ବର୍ଷୀୟ ଜଣେ ବ୍ୟବସାୟୀ ସ୍ଥାନୀୟ ଜଣେ ନାବାଳିକାଙ୍କୁ କମେଣ୍ଟ କରିବା ସହ ଦୁର୍ବ୍ୟବହାର କରିଥିଲେ ।

୭ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ, ନାବାଳିକାଙ୍କୁ ଆଇଟମ୍‌ କହି ଜେଲ୍‌ ଗଲେ ଯୁବକ
୭ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ, ନାବାଳିକାଙ୍କୁ ଆଇଟମ୍‌ କହି ଜେଲ୍‌ ଗଲେ ଯୁବକ

ମୁମ୍ବାଇ ସହରରେ ଜଣେ ୧୬ ବର୍ଷୀୟ ନାବାଳିକା ସ୍କୁଲ୍‌ରୁ ଫେରିବା ବେଳେ ଜଣେ ଯୁବ ବ୍ୟବସାୟୀ ତାଙ୍କୁ କମେଣ୍ଟ କରିଥିଲେ । ବ୍ୟବସାୟୀ ଜଣକ ତାଙ୍କ ଚୁଟି ଟାଣିବା ସହ କହିଥିଲେ, "କ୍ୟା ଆଇଟମ୍‌ ଯା ରହି ହୋ ।" ଏହି ଘଟଣା ୨୦୧୫ ମସିହାରେ ଘଟିଥିଲା । ଏନେଇ ପରିବାର ଲୋକଙ୍କୁ ନାବାଳିକା ଜଣକ ଜଣାଇବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା ।

ଗତ ଗରୁବାର ମୁମ୍ବାଇର ସ୍ବତନ୍ତ୍ର ପକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ନାବାଳିକାଙ୍କ ପ୍ରତି ମର୍ଯ୍ୟାଦାହୀନ ମନ୍ତବ୍ୟ ଓ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିନ୍‌ଦୋଷୀ ପୋକ୍ସୋ କୋର୍ଟ । ଏଭଳି ରୋଡସାଇଡ ରୋମିଓଙ୍କୁ ସତର୍କ କରାଇବାକୁ ଯୁବକଙ୍କୁ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଇଥିବା କଥା କହିଛନ୍ତି କୋର୍ଟ । ଏଭଳି ଦୋଷୀଙ୍କ ବିରୁଦ୍ଧରେ ଆଗାମୀ ଦିନରେ କଡ଼ା ଦଣ୍ଡବିଧାନ କରାଯିବ ବୋଲି ମଧ୍ୟ କହିଛନ୍ତି କୋର୍ଟ । ଦିନ୍‌ଦୋଷୀ ପୋକ୍ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ଏସ୍‌ଜେ ଅଂଶାରୀ ଏହି ଦଣ୍ଡ ବିଧାନ କରିଛନ୍ତି । ଏଭଳି ଦୋଷୀଙ୍କ ବିରୋଧରେ କୋର୍ଟ କୌଣସି ଉଦାରତା ଦେଖାଯିବ ନାହିଁ ବୋଲି କହିଛନ୍ତି କୋର୍ଟ ।

୨୦୧୫ ମସିହା ଜୁଲାଇ ୧୪ ତାରିଖରେ ସ୍ଥାନୀୟ ଜଣେ ନାବାଳିକା ଅପରାହ୍ଣରେ ସ୍କୁଲ୍‌ରୁ ଫେରୁଥିଲେ । ଏହି ସମୟରେ କିଛି ଯୁବକ ବାଇକ୍‌ରେ ଆସି ତାଙ୍କୁ କମେଣ୍ଟ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ଏହାପରେ ତାଙ୍କ ଚୁଟି ମଧ୍ୟ ଟାଣି ତାଙ୍କୁ ଆଇଟମ୍‌ ବୋଲି କରିଥିଲେ । ଖାଲି ସେତିକି ନୁହେଁ ଯୁବକ ଜଣକ ଅନ୍ୟ ଝିଅଙ୍କୁ ମଧ୍ୟ ଏଭଳି କମେଣ୍ଟ କରୁଥିବା ଅଭିଯୋଗ କରିଥିଲେ ପୀଡ଼ିତା । ତେବେ ୭ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି କୋର୍ଟ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.