ETV Bharat / bharat

‘ଯୁବପିଢୀ କ୍ରୀଡାରେ ଅଂଶ ଗ୍ରହଣ କଲେ ଜାମ୍ମୁକାଶ୍ମୀରକୁ ଆସିବ ଶାନ୍ତି’

author img

By

Published : Sep 19, 2021, 5:06 PM IST

କାଶ୍ମୀର ଡିଜିପିଙ୍କ ବାର୍ତ୍ତା। କାଶ୍ମୀର ଯୁବକଙ୍କ କ୍ରୀଡାରେ ଅଂଶଗ୍ରହଣ ଘାଟିରେ ଶାନ୍ତି ଆଣିବାରେ ହେବ ସହାୟ । ଅଧିକ ପଢନ୍ତୁ...

‘କାଶ୍ମୀରରେ ଯୁବପିଢୀଙ୍କ କ୍ରୀଡାରେ ଅଂଶ ଗ୍ରହଣ ଘାଟୀରେ ଆଣିବ ଶାନ୍ତି’

ଶ୍ରୀନଗର: ଯୁବବର୍ଗଙ୍କ କ୍ରୀଡାରେ ଅଂଶଗ୍ରହଣ ଜାମ୍ମୁ କାଶ୍ମୀରରେ ଶାନ୍ତି ବଜାୟ ରଖିବାରେ ସହାୟକ ହେବ । କ୍ରୀଡା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗିଦାରୀ ହିଂସା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଠାରୁ ଯୁବପିଢୀଙ୍କୁ ଦୂରରେ ରଖିପାରିବ ବୋଲି କହିଛନ୍ତି କାଶ୍ମୀର ଡିଜିପି । ଆଜି (ରବିବାର) ପ୍ରସିଦ୍ଧ ଡାଲ ହ୍ରଦରେ ନିକଟରେ ଆୟୋଜିତ ଶାନ୍ତି ପାଇଁ ଦୌଡ(Pedal for Peace) ପ୍ରତିଯୋଗିତାକୁ ଶୁଭାରମ୍ଭ କରିବା ଅବସରରେ ଗଣମାଧ୍ୟମକୁ ଏପରି ମନ୍ତବ୍ୟ ଦେଇଛନ୍ତି କାଶ୍ମୀର ଡିଜିପି ଦିଲବାଗ ସିଂ ।

ଡିଜିପି ଆହୁରି ମଧ୍ୟ କହିଛନ୍ତି, ଶ୍ରୀନଗରରେ ଆଜି ଆୟୋଜିତ ଏହି ପ୍ରତିଯୋଗୀତାରେ ପ୍ରାୟ 800 ସାଇକେଲ ଆରୋହୀ ଅଂଶଗ୍ରହଣ କରିଛନ୍ତି। କ୍ରୀଡା କାର୍ଯ୍ୟକଳାପରେ କାଶ୍ମୀର ଯୁବଗୋଷ୍ଠୀଙ୍କ ବିପୁଳ ଅଂଶଗ୍ରହଣ ଦେଖି ଖୁସି ଲାଗୁଛି । ଏପରି କାର୍ଯ୍ୟକ୍ରମରେ ବିପୁଳ ଅଂଶଗ୍ରହଣ ଜାମ୍ମୁ କାଶ୍ମୀରର ଯୁବପିଢୀଙ୍କ ମଧ୍ୟରେ ଖେଳୁଆଡ ମନୋଭାବ ବୃଦ୍ଧି କରିବ । ଯାହା ଘାଟିରେ ଶାନ୍ତି ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ପ୍ରତିବର୍ଷ ଜାମ୍ମୁ କାଶ୍ମୀରରେ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ କ୍ରୀଡା ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ଯାହା ଫଳରେ ସ୍ଥାନୀୟ ଯୁବବର୍ଗ ବିଭିନ୍ନ ଶାରୀରିକ ଅଭ୍ୟାସରେ ଅଂଶଗ୍ରହଣ କରିପାରିବା ସହ ସ୍ବାସ୍ଥ୍ୟଗତ ଭାବେ ମଧ୍ୟ ସୁସ୍ଥ ରହିପାରିବେ । ଗତବର୍ଷ କେବଳ ପୋଲିସ ବିଭାଗ ଦ୍ବାରା ଆୟୋଜିତ ବିଭିନ୍ନ କ୍ରୀଡା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ପ୍ରାୟ 70,000 ସ୍ଥାନୀୟ ଯୁବକ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାରୁ ଜିଲ୍ଲା ତଥା ଉପଖଣ୍ଡ ସ୍ତରରେ ମଧ୍ୟ ଅଧିକ କ୍ରୀଡା ଇଭେଣ୍ଟ ଆୟୋଜନ କରିବାକୁ ପୋଲିସ ବିଭାଗ ପକ୍ଷରୁ ଲକ୍ଷ ରଖାଯାଇଥିବା ଡିଜିପି କହିଛନ୍ତି ।

ସେହିପରି ଆଜିର ସାଇକେଲ ଦୌଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ସାଇକେଲ ଦୌଡ଼ ଇଭେଣ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ଡିଜିପି ସିଂ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.