ETV Bharat / bharat

ସାଙ୍ଗର ବାପା ସହ ମାଆର ଥିଲା ଅନୈତିକ ସମ୍ପର୍କ: ସାଙ୍ଗକୁ ହତ୍ୟା କଲା ଯୁବକ

author img

By

Published : Dec 18, 2022, 7:02 AM IST

Updated : Dec 20, 2022, 12:48 PM IST

ସାଙ୍ଗର ବାପା ସହ ଫେରାର୍ ହୋଇଯାଇଥିଲା ମାଆ । ମାଆର ଅନୈତିକ ସମ୍ପର୍କ ପାଇଁ ସାଙ୍ଗକୁ ହତ୍ୟା କଲା ଯୁବକ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ସାଙ୍ଗକୁ ହତ୍ୟା
ପଶ୍ଚିମବଙ୍ଗରେ ସାଙ୍ଗକୁ ହତ୍ୟା

କୋଲକାତା: ସାଙ୍ଗର ବାପା ସହ ଫେରାର୍ ହୋଇଯାଇଥିଲା ମାଆ । ମାଆର ଅନୈତିକ ସମ୍ପର୍କ ପାଇଁ ସାଙ୍ଗକୁ ହତ୍ୟା କଲା ଯୁବକ । ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ଶାହାପୁର ଅଞ୍ଚଳରୁ ଏହି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଯୁବକର ନାମ ମଙ୍ଗଳ ରବିଦାସ ଓ ମୃତକଙ୍କ ନାମ ବିଷ୍ଣୁ ରବିଦାସ । ମାଆର ଅନୈତିକ ସମ୍ପର୍କ ପାଇଁ ମୃତ ବିଷ୍ଣୁ ସବୁବେଳେ ମଙ୍ଗଳକୁ ଚିଡାଉଥିଲା । ଏଥିରେ ରାଗିଯାଇ ଅଭିଯୁକ୍ତ ନିଜ ସାଙ୍ଗକୁ ଗଳା ଚିପି ହତ୍ୟା କରିଛି । ମହାନନ୍ଦା ନଦୀ କୂଳରୁ ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ବିଷ୍ଣୁ ଓ ମଙ୍ଗଳ ଦୁହେଁ ଭଲ ସାଙ୍ଗ ଥିଲେ । ହେଲେ ୨୫ ବର୍ଷୀୟ ବିଷ୍ଣୁଙ୍କ ବାପା ସହ ମଙ୍ଗଳର ମାଆଙ୍କ ଅନୈତିକ ସମ୍ପର୍କ ରହିଥିଲା । ଏପରିକି ସେମାନେ ଥରେ ଘରୁ ଲୁଚି ପଳାଇଥିଲେ ମଧ୍ୟ । ଏହାକୁ ନେଇ ବିଷ୍ଣୁ ଅନେକ ସମୟରେ ମଙ୍ଗଳକୁ କଟାକ୍ଷ କରୁଥିଲା । ବିଷ୍ଣୁ ଅନ୍ୟ ସାଙ୍ଗମାନଙ୍କ ସାମ୍ନାରେ ବି ଅଭିଯୁକ୍ତକୁ ତା'ର ମାଆର ସମ୍ପର୍କ ନେଇ ଚିଡାଉଥିଲା । ମଙ୍ଗଳର ମାଆ ତା' ବାପାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ସେ ନିଜେ ଦେଖିଥିବା କହୁଥିଲା ବିଷ୍ଣୁ । ତେଣୁ ବାରମ୍ବାର ଅନ୍ୟ ପିଲାଙ୍କ ସାମ୍ନାରେ ଅପମାନିତ ହେବା ପରେ ସାଙ୍ଗ ବିଷ୍ଣୁକୁ ଉଚିତ୍ ଶିକ୍ଷା ଦେବାକୁ ଚିନ୍ତା କରିଥିଲା ଅଭିଯୁକ୍ତ ।

ଗତ ୬ ତାରିଖ ଦିନ ବିଷ୍ଣୁ ଓ ମଙ୍ଗଳ ଏକ ଆଖୁ କିଆରୀରେ ବସି ମଦ ପିଉଥିଲେ । ଏହି ସମୟରେ ବିଷ୍ଣୁ ପୁଣି ତାକୁ କଟାକ୍ଷ କରିବା ଆରମ୍ଭ କରିଥିଲା । ଫଳରେ ଖୁବ୍ ରାଗି ଯାଇଥିଲା ମଙ୍ଗଳ । ତେଣୁ ସେ ନିଜ ବେଲ୍ଟରେ ସାଙ୍ଗର ଗଳା ଚିପି ହତ୍ୟା କରିଥିଲା(Youth kills friend whose father had affair with his mother) । ଏହାପରେ ମୃତଦେହକୁ ପାଖ ନଦୀକୂଳରେ ଥିବା ଏକ ଖାଲ ମଧ୍ୟରେ ଫିଙ୍ଗି ଦେଇଥିଲା । ସେପଟେ ପୁଅ ନଫେରିବାରୁ ବିଷ୍ଣୁର ପରିବାର ଲୋକେ ଖୁବ୍ ଚିନ୍ତିତ ହୋଇପଡିଥିଲେ । ସେମାନେ ଏଣେତେଣେ ଖୋଜିବା ପରେ ଥାନାରେ ଏତଲା ଦେଇଥିଲେ । ବହୁ ଖୋଜାଖୋଜି ପରେ ଗତ ୯ ତାରିଖରେ ବିଷ୍ଣୁଙ୍କ ମୃତଦେହ ମିଳିଥିଲା ।

ଏହି ଘଟଣା ସମ୍ପର୍କରେ ପୋଲିସ ମଙ୍ଗଳକୁ ପଚରାଉଚରା କରିବା ପରେ ସତ ମାନିଥିଲା । ସେ କହିଥିଲା ଯେ, ଥରେ ତା' ମାଆ ବିଷ୍ଣୁର ବାପାଙ୍କ ସହ ଲୁଚି ପଳାଇ ଯାଇଥିଲା । ଦୁହିଁଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା । ଏହାକୁ ନେଇ ବିଷ୍ଣୁ ସବୁବେଳେ ତାକୁ କଟାକ୍ଷ କରୁଥିବାରୁ ସେ ତାକୁ ହତ୍ୟା କରିଥିଲା । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Last Updated : Dec 20, 2022, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.