ETV Bharat / bharat

Moosewala Murder: ଅଭିଯୁକ୍ତର ପ୍ରଶଂସକ ତାଲିକାରେ ଶିକ୍ଷିତ ଯୁବକ

author img

By

Published : Jun 19, 2022, 1:29 PM IST

ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା । ଅଭିଯୁକ୍ତ ସାର୍ପ ସୁଟର ସନ୍ତୋଷ ଜାଧବର ପ୍ରଶଂସକ ତାଲିକାରେ ରହିଛନ୍ତି ଶିକ୍ଷିତ ଯୁବକ । ଅଧିକ ପଢନ୍ତୁ

ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା: ଅଭିଯୁକ୍ତର ପ୍ରଶଂସକ ତାଲିକାରେ ଶିକ୍ଷିତ ଯୁବକ

ଚଣ୍ଡିଗଡ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା । ଏହି ଘଟଣାରେ ପୋଲିସ ସାର୍ପ ସୁଟର ସନ୍ତୋଷ ଜାଧବ ସମେତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ପୋଲିସ ଅଭିଯୁକ୍ତ ସନ୍ତୋଷର ସୋସିଆଲ ମିଡିଆ ଆକାଉଣ୍ଟକୁ ତଦନ୍ତ ପରିସରକୁ ନେଇଛି । ତଦନ୍ତରୁ ସନ୍ତୋଷ ଜାଧବର ସୋସିଆଲ ମିଡିଆ ପ୍ରଶଂସକ ତାଲିକାରେ ଉଚ୍ଚ ଶିକ୍ଷିତ ଯୁବକ ରହିଥିବା ଜଣାପଡିଛି । ଅଭିଯୁକ୍ତ ସୋସିଆଲ ମିଡିଆରେ ଅନେକ ଗୁଡିଏ ପ୍ରଶଂସକ ରହିଛନ୍ତି । ସେ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥାଏ । କିନ୍ତୁ ତା'ର ପ୍ରଶଂସକ ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ ପରିବାରର ଯୁବକ ମଧ୍ୟ ରହିଥିବା ସୂଚନା ମିଳିଛି । ପୁଣେ ଗ୍ରାମୀଣ ପୋଲିସ ଏବେ ସୁଦ୍ଧା ଏଭଳି ୧୦୦ରୁ ଅଧିକ ଆକାଉଣ୍ଟକୁ ଯାଞ୍ଚ କରିସାରିଛି । ଖୁବଶୀଘ୍ର ପଚରାଉଚାର ପାଇଁ ସମ୍ପୃକ୍ତ ଯୁବକଙ୍କ ବାପାମାଆଙ୍କୁ ଡକାଯିବ ବୋଲି ପୋଲିସ କହିଛି ।

ସୂଚନା ଅନୁଯାୟୀ, ସନ୍ତୋଷ ଜାଧବ ସୋସିଆଲ ମିଡିଆରେ ରିଲ୍ସ ଏବଂ ଅନେକ ଭିଡିଓ ବନାଏ । ଯାହା ଯୁବଗୋଷ୍ଠୀଙ୍କୁ ଆକର୍ଷିତ କରେ ଏବଂ ତା'ର ଫ୍ୟାନ ଫଲୋଇଂ ସଂଖ୍ୟା ବଢାଏ । ଏହାପରେ ଅଭିଯୁକ୍ତ ସେହି ଯୁବକମାନଙ୍କୁ ନେଇ ଗୋଟିଏ ଗ୍ରୁପ ତିଆରି କରେ । ଏଥିରେ ୧୮ରୁ ୨୮ ବର୍ଷ ବୟସର ଯୁବକଙ୍କ ସଂଖ୍ୟା ଅଧିକ । ବିଶେଷକରି ଯାହାର ବାପାଙ୍କ ମୃତ୍ୟୁ ହୋଇଛି, ଯିଏ ଘରେ କଥା ନ ମାନନ୍ତି ସେମାନେ ହିଁ ଏହି ଗ୍ୟାଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏହି ଗ୍ୟାଙ୍ଗର ସବୁଠୁ ବଡ ଅପରାଧି ହେଉଛି ବିଷ୍ଣୋଇ । ଗ୍ୟାଙ୍ଗ ସୋସିଆଲ ମିଡିଆରେ ଅନ୍ୟ ଯୁବକମାନଙ୍କୁ ଆକୃଷ୍ଟ କରି ସେମାନଙ୍କୁ ବଡ ବଡ ଅପରାଧିକ କାର୍ଯ୍ୟରେ ବ୍ୟବହାର କରିଥାନ୍ତି ବୋଲି ପୋଲିସ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.