ETV Bharat / bharat

ଏମିତି ବି ଆସେ ମୃତ୍ୟୁ ! କ୍ରିକେଟ ଖେଳୁଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ - କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ମୃତ୍ୟୁ

ଗୁଜୁରାଟର ସୁରତ ଜିଲ୍ଲା ଔଲପାଡ ତାଲୁକା ନରଥାଣ ଗ୍ରାମରେ ଦୁଃଖଦ ଘଟଣା । କ୍ରିକେଟ ଖେଳୁଥିବା ବେଳେ ଟଳି ପଡ଼ିଲେ ଯୁବକ । ଅଧିକ ପଢ଼ନ୍ତୁ

ସୁରତରେ ଖେଳୁଥିବା ବେଳେ ଟଳି ପଡ଼ିଲେ ଯୁବକ
youth dies while playing cricket in Surat
author img

By

Published : Mar 5, 2023, 9:38 PM IST

Updated : Mar 5, 2023, 9:48 PM IST

ଗାନ୍ଧୀନଗର: ଗତ କିଛି ଦିନ ହେବ ଲଗାତାର ଭାବେ ହୃଦଘାତଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ବିଶେଷ କରି ଶାରିରୀକ ଭାବେ ସୁସ୍ଥ ଥିବା ଏବଂ ଚଳପ୍ରଚଳ କରୁଥିବା ଯୁବକମାନେ ଏହାର ଶିକାର ହେଉଛନ୍ତି । ଯାହା ବର୍ତ୍ତମାନର ଏକ ଚିନ୍ତାର କାରଣ ପାଲଟିଛି । ଗୁଜୁରାଟର ସୁରତ ଜିଲ୍ଲାରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କ୍ରିକେଟ ଖେଳୁଥିବା ବେଳେ ହଠାତ ଚେତାଶୂନ୍ୟ ହୋଇପଡ଼ିଲେ ଯୁବକ । ହସ୍ପିଟାଲରେ ଭର୍ତ୍ତି ହେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ହେଉଛନ୍ତି ସୁରତ ଜିଲ୍ଲାର ଔଲପାଡ ତାଲୁକା ନରଥାଣ ଗ୍ରାମର ନିମେଶ ଅହିର । ନିମେଶ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିଲେ । ସେ ଫିଲ୍ଡିଂ କରିବା ସମୟରେ ହଠାତ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ସେ ଘରକୁ ଫେରିଆସିଥିଲେ । ଘରେ ପୁଣି ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ନିମେଶଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, "ନିମେଶଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିଲା ଏବଂ ସେ ପୁରା ଫିଟ୍‌ ରହୁଥିଲେ । କିନ୍ତୁ ସକାଳେ କ୍ରିକେଟ ଖେଳିବାକୁ ଯାଇଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହେତୁ ସେ ଘରକୁ ଫେରି ଆସିଥିଲେ । ଏହାର କିଛି ସମୟ ପରେ ଲେମ୍ବୁ ପାଣି ପିଇଲେ । ଏହାପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । "ହସ୍ପିଟାଲରେ ନିମେଶଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ଯୁବକ ନିମେଶ ଅହିର ଜଣେ କ୍ରିକେଟ ପ୍ରେମୀ ଥିଲେ । ଏହି ଘଟଣା ପୂର୍ବରୁ ସେ ଦ୍ରୁତ ବ୍ୟାଟିଂ କରିଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ଔଲପାଡ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବରୁ କାମରେଜ ତାଲୁକାରେ କ୍ରିକେଟ ଖେଳୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । କାମରେଜ ତାଲୁକାର ଶେଖପୁର ଗ୍ରାମର ବାସିନ୍ଦା କିଶାନ ପଟେଲ ନିଜ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିଲେ । ଏହି ସମୟରେ ସେ ହଠାତ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ । ଡାକ୍ତରଖାନାକୁ ନେବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Last Updated : Mar 5, 2023, 9:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.