ETV Bharat / bharat

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, 1 କିଲୋମିଟର ଦୂରରେ ଅଛନ୍ତି ବିଦେଶୀ ରାଷ୍ଟ୍ରଦୂତ

author img

By

Published : Feb 17, 2021, 9:15 PM IST

ଶ୍ରୀନଗରର ସୋନବର ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀ ଗୁଳି ଚଳାଇଛନ୍ତି । ଆକ୍ରମଣ ଯେଉଁ ସ୍ଥାନରେ ହୋଇଛି ଏହାର ମାତ୍ର 1 କିଲୋମିଟର ଦୂରରେ ବିଦେଶୀ ରାଷ୍ଟ୍ରଦୂତ ରହିଛନ୍ତି । ଅଧିକ ପଢନ୍ତୁ...

ରେ ଆତଙ୍କବାଦୀ ଆକ୍ରମଣ, 1 କିଲୋମିଟର ଦୂରରେ ଅଛନ୍ତି ବିଦେଶୀ ରାଷ୍ଟ୍ରଦୂତ

ଶ୍ରୀନଗର: ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧି ମଣ୍ଡଳର ଜମ୍ମୁ କାଶ୍ମୀର ଗସ୍ତ ମଧ୍ୟରେ ଶ୍ରୀନଗରରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ସୋନବର ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀ ଗୁଳି ଚଳାଇଛନ୍ତି । ଆକ୍ରମଣ ଯେଉଁ ସ୍ଥାନରେ ହୋଇଛି ଏହାର ମାତ୍ର 1 କିଲୋମିଟର ଦୂରରେ ବିଦେଶୀ ରାଷ୍ଟ୍ରଦୂତ ରହିଛନ୍ତି ।

ଆତଙ୍କବାଦୀଙ୍କ ଗୁଳିରେ ଡାଲ ହ୍ରଦ ପାଖରେ ଥିବା ଏକ ଢାବାର ଜଣେ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ କର୍ମଚାରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ସୁରକ୍ଷାକର୍ମୀ ମୋର୍ଚ୍ଚା ସମ୍ଭାଳି ନେଇଛନ୍ତି । ବର୍ତ୍ତମାନ ଏଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

23 ଦେଶର ରାଷ୍ଟ୍ରଦୂତଙ୍କ ଏକ ପ୍ରତିନିଧି ମଣ୍ଡଳ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ନିଜର ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଧାରା 370 ଉଚ୍ଛେଦ ପରେ ଘାଟିର ସ୍ଥିତି ସମ୍ପର୍କରେ ସମୀକ୍ଷା କରୁଛନ୍ତି ଏହି ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧି ମଣ୍ଡଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.