ETV Bharat / bharat

Pegasus Issue: ଆଜି ଦେଶବ୍ୟାପୀ ବିକ୍ଷୋଭ କରିବ IYC

author img

By

Published : Feb 2, 2022, 8:54 AM IST

ଭାରତ ଇସ୍ରାଏଲ ଠାରୁ ଏହି ଗୁପ୍ତଚର ସଫ୍ଟଓ୍ବେର ସିଷ୍ଟମ କ୍ରୟ କରିଥିବା ନେଇ ଆମେରିକାର ଏକ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଥରେ ଏହି ବହୁଚର୍ଚ୍ଚିତ ମାମଲାରେ ବିବାଦ ଆରମ୍ଭ ହୋଇଛି । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିଭିନ୍ନ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ପେଗାସସ୍ ପ୍ରସଙ୍ଗରେ ଆଜି(ବୁଧବାର) ରାଜ୍ୟ ରାଜଧାନୀରେ ଭାରତୀୟ ଯୁବ କଂଗ୍ରେସ ଏକ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛନ୍ତି IYC (Indian Youth Congress) ସଭାପତି ଶ୍ରୀନିବାସ ବିଭି । ଅଧିକ ପଢନ୍ତୁ

ଆଜି ଦେଶବ୍ୟାପୀ ବିକ୍ଷୋଭ କରିବ IYC
ଆଜି ଦେଶବ୍ୟାପୀ ବିକ୍ଷୋଭ କରିବ IYC

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ପେଗାସସ୍ ପ୍ରସଙ୍ଗ । ଭାରତ ଇସ୍ରାଏଲ ଠାରୁ ଏହି ଗୁପ୍ତଚର ସଫ୍ଟଓ୍ବେର ସିଷ୍ଟମ କ୍ରୟ କରିଥିବା ନେଇ ଆମେରିକାର ଏକ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଥରେ ଏହି ବହୁଚର୍ଚ୍ଚିତ ମାମଲାରେ ବିବାଦ ଆରମ୍ଭ ହୋଇଛି । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିଭିନ୍ନ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ପେଗାସସ୍ ପ୍ରସଙ୍ଗରେ ଆଜି(ବୁଧବାର) ରାଜ୍ୟ ରାଜଧାନୀରେ ଭାରତୀୟ ଯୁବ କଂଗ୍ରେସ ଏକ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛନ୍ତି IYC (Indian Youth Congress) ସଭାପତି ଶ୍ରୀନିବାସ ବିଭି ।

ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ପେଗାସସ୍ କିଣିବାରେ ବ୍ୟସ୍ତ ଅଛନ୍ତି । ବେକାରମାନେ ରୋଜଗାରକ୍ଷମ ହେବା ପାଇଁ ଚାକିର ଖୋଜିବା ଦୌଡରେ ଲାଗିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୁଲାଇ 2021ରେ ସରକାରଙ୍କୁ ଦୁଇଟି ପ୍ରଶ୍ନ ପଚାରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଉତ୍ତର ଦେଇ ନଥିଲେ କିନ୍ତୁ ବର୍ତ୍ତମାନ ନ୍ୟୁୟର୍କ ଟାଇମ୍ସରୁ ରିପୋର୍ଟ ବାହାରିଛି ଏବଂ ଏହାର ଉତ୍ତର ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି IYC (Indian Youth Congress) ରାଷ୍ଟ୍ରୀୟ ସଭାପତି ।

ଭାରତୀୟ ଜନତା ପାର୍ଟି ତା ନାମ ବଦଳାଇ ଭାରତୀୟ ଜାସୁସ ପାର୍ଟି କରିଦେଉ । ସଂସଦୀୟ ମିଳିତ ସଂସଦୀୟ କମିଟିର ଏହି ଘଟଣାର ତଦନ୍ତ ଦାବି କରିଛି ଆଇୱାଇସି ବୋଲି କହିଛନ୍ତି ରାଷ୍ଟ୍ରୀୟ ସଭାପତି । ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ ଦମନ କରାଯାଉଛି। ସରକାର ଦେଶଦ୍ରୋହ କାର୍ଯ୍ୟ କରିଛନ୍ତି, ଜାତୀୟ ସୁରକ୍ଷା ସହ ଖେଳିଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ ଦେଶର ବିରୋଧୀଦଳ ନେତା, ବିଭିନ୍ନ ସମ୍ମାନଜନକ ଗଣମାଧ୍ୟମ ସଂଗଠନର ସାମ୍ବାଦିକ ତଥା ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ଉପରେ ଗୁପ୍ତଚର କରାଯାଇଛି ବୋଲି କହିଛନ୍ତି ଶ୍ରୀନିବାସ ବିଭି ।

ଏହା ବି ପଢନ୍ତୁ Pegasus controversy: ଏତଲା ସହ ତଦନ୍ତ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ନୂଆ ମାମଲା

ଶ୍ରୀନିବାସ ଆହୁରି କହିଛନ୍ତି NSO (Company owning spyware software) କହିଛି ଯେ ପେଗାସସ୍ ସରକାରଙ୍କ ଦ୍ବାରା ଉଗ୍ରବାଦ ବିରୋଧରେ ଲଢେଇ କରାଯାଏ, କିନ୍ତୁ ବାସ୍ତବରେ ଏହା ସରକାରର ବିରୋଧୀଙ୍କ ବିରୁଦ୍ଧରେ ବ୍ୟବହୃତ ହେଉଛି। IYC କର୍ମୀମାନେ ନୂଆଦିଲ୍ଲୀରେ ସଂସଦ ବାହାରେ ବିରୋଧ କରିବେ ବୋଲି ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.