ETV Bharat / bharat

ପ୍ରେମ ବିବାହର 20 ଦିନ ପରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ପ୍ରେମ ବିବାଦ କରିବାର 20 ଦିନ ପରେ ଜୀବନ ହାରିଲେ ଯୁବକ । କଣ ଥାଇପାରେ କାରଣ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର । ଅଧିକ ପଢନ୍ତୁ

youth committed suicide
ପ୍ରେମ ବିବାହର 20 ଦିନ ପରେ ଜୀବନ ହାରିଲେ ଯୁବକ
author img

By

Published : Jan 26, 2023, 2:18 PM IST

ଗାନ୍ଧୀନଗର: 2 ବର୍ଷ ହେବ ପ୍ରେମ ସମ୍ପର୍କ । ପରିବାରର ସମର୍ଥନରେ 20 ଦିନ ତଳେ ଧୁମଧାମରେ ପ୍ରେମବିବାହ କରିଥିଲେ । ପରିବାରରେ ଖୁସିର ମାହୋଲ ଥିଲା । ହେଲେ ସେ ଖୁସି ନିମିଶକେ ମିଳେଇ ଯାଇଛି । ସୁରତର ଜଣେ 18 ବର୍ଷୀୟ ଯୁବକ 20 ଦିନ ତଳେ ପ୍ରେମ ବିବାହ କରିଥିଲେ ମାତ୍ର ତାଙ୍କର ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଛି । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

20 ଦିନ ତଳେ ବିବାହ କରିଥିଲେ । ହେଲେ କଣ ଅଚାନକ ହେଲା ଏପରି ଚରମ ନିଷ୍ପତ୍ତି ନେଲେ ଯୁବକ ଜଣକ । ବିବାହର ମାତ୍ର 20 ଦିନ ପରେ ଜୀବନ ହାରିଲେ ଯୁବକ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ସୁରତ ସଚିନ ଜିଆଇଡିସି ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ଯୁବକ ହେଲେ ନାରାୟଣ ପ୍ରଦୀପ କୁମାର । ତାଙ୍କ ପତ୍ନୀ କହିଛନ୍ତି, ଗତକାଲି ପ୍ରଦୀପ ଫ୍ୟାକ୍ଟ୍ରିରରୁ ସନ୍ଧ୍ୟା 5ଟାରେ ଆସିଲେ । ଏହାପରେ ସେ ପରିବାର କିଣିବାକୁ ବଜାର ଯାଇଥିଲେ । ତାଙ୍କୁ ଖାଇବାକୁ ଡାକିବାରୁ ସେ ମନା କଲେ । ସେ କିଛି କାରଣ ପାଇଁ ଚିନ୍ତାରେ ଥିବା କହିଥିଲେ ।'' ଏହାପରେ ସକାଳୁ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲ ନୟନା । ନୟନା ଏହା ଦେଖି ନୟନା ଚିତ୍କାର କରିଥିଲେ । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସରେ ତାଙ୍କୁ ନୂଆ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଜିଆଇଡିସି ସୁରଟ ସିଟିରେ ଥିବା ବରଫ ଫ୍ୟାକ୍ଟ୍ରି ପାଖରେ ପ୍ରଦୀପ ରହୁଥିଲେ । 18 ବର୍ଷୀୟ ପ୍ରଦୀପ ପରିବାର ପ୍ରତିପୋଷଣ ପାଇଁ ଏହି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ବୁଧବାର ରାତିରେ କିଛି କାରଣ ପାଇଁ ତାଙ୍କର ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଛି । 20 ଦିନ ତଳେ ସେ ପ୍ରେମ ବିବାହ କରିଥିଲେ । ପ୍ରଦୀପ ଏପରି କାହିଁକ କଲେ ତାହା ଜଣାପଡିନାହିଁ । ପ୍ରଦୀପଙ୍କ ସ୍ତ୍ରୀ ଜଣେ ଯକ୍ଷ୍ମା ରୋଗୀ । ସେ ଚିକିତ୍ସିତ ହେଉଥିଲେ । ତେବେ କିଛି ପାରିବାକ ସମସ୍ୟା ନା ଫ୍ୟାକ୍ଟ୍ରିର କିଛି ଚାପରୁ ପ୍ରଦୀପ ଏପରି ନଷ୍ପତ୍ତି ନେଇଛନ୍ତି ତାହା ଏବେ ପ୍ରଶ୍ନ । ପୋଲିସର ତଦନ୍ତ ପରେ ହିଁ ରହସ୍ୟ ଉପରୁ ପରଦା ହଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.