ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ! ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗୃହ ଜିଲ୍ଲାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଯୁବକଙ୍କୁ ପିଟିପିଟି ଲହୁଲୁହାଣ କରିଦେବାର ସାମ୍ନାକୁ ଆସିଛି ଏକ ଛାତିଥରା ଭିଡିଓ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ! ସାମ୍ନାକୁ ଆସିଲା ଛାତିଥରା ଭିଡିଓ
ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ! ସାମ୍ନାକୁ ଆସିଲା ଛାତିଥରା ଭିଡିଓ
author img

By

Published : Sep 21, 2021, 8:43 PM IST

ଜୟପୁର: ରାଜସ୍ଥାନରେ ରକ୍ତିମୁଖା ହୋଇପଡିଛନ୍ତି ଅପରାଧୀ । ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଯୁବକଙ୍କୁ ଦିନ ଦ୍ବିପ୍ରହରରେ ମରଣାନ୍ତକ ଆକ୍ରମଣ । ଯୁବକଙ୍କୁ ପିଟିପିଟି ଲହୁଲୁହାଣ କରିଦେବାର ସାମ୍ନାକୁ ଆସିଛି ଏକ ଛାତିଥରା ଭିଡିଓ । ଆଉ ଏହି ଭିଡିଓଟିକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ବିଜେପି ନେତା ରାଜ୍ୟବର୍ଦ୍ଧନ ସିଂହ ରାଠୋର ।

ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ! ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କିଛି ଯୁବକ ଅନ୍ୟ ଜଣେ ଯୁବକଙ୍କୁ ରଡ୍‌ରେ ମାରୁଥିବାର ଦେଖିବାକୁ ମିଳିଛି । କିଛି ଜଣ ଯୁବକଙ୍କ ଗୋଡ ହାତକୁ ବାଡଉଥିବାବେଳେ ସେ ଲହୁଲୁହାଣ ହୋଇପଡିଛନ୍ତି । ଏହି ସମୟରେ ଅନ୍ୟଜଣେ ଅଭିଯୁକ୍ତ ଯୁବକଙ୍କ ମୁଣ୍ଡକୁ ପଛପଟୁ ଏକ ଲାଠିରେ ଆଘାତ ଦେଉଛନ୍ତି । ଆଉ ଯୁବକ ଜଣଙ୍କ ଅଚେତ ହୋଇ ତଳେ ପଡିଯାଉଛନ୍ତି । ତେବେ ଘଟଣା ସମ୍ପର୍କରେ ଅଧିକ ସୂଚନା ହସ୍ତଗତ ହୋଇନାହିଁ ।

ଭିଡିଓଟି ସେୟାର କରି ବିଜେପି ନେତା ଲେଖିଛନ୍ତି, ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଏଭଳି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଛି, ତେଣୁ ସମଗ୍ର ରାଜ୍ୟରେ କ’ଣ ଘଟୁଛି ତାହା ବୁଝିବା କଷ୍ଟକର ନୁହେଁ । ନିକଟରେ ପ୍ରକାଶିତ ଏନସିଆରବି ଆକଳନ ମଧ୍ୟ ସମାନ କାହାଣୀ କହୁଛି ବୋଲି ରାଠୋର ଲେଖିଛନ୍ତି ।

ରାଜସ୍ଥାନରେ ଅପରାଧ ଚରମ ସୀମାରେ ପହଞ୍ଚିଛି । କାରଣ ଅପରାଧୀଙ୍କ ମନରେ ଆଇନ ଶୃଙ୍ଖଳାକୁ ଭୟ ନାହିଁ ବୋଲି କହିଛନ୍ତି ରାଜ୍ୟବର୍ଦ୍ଧନ ସିଂହ ରାଠୋର ।

ନିକଟରେ ପ୍ରକାଶ ପାଇଥିବା ଏନସିଆରବି ରିପୋର୍ଟରେ ରାଜସ୍ଥାନର ଆଇନଶୃଙ୍ଖଳାର ସତକୁ ପଦାରେ ପକାଇଛି । ଝିଅଙ୍କ ପାଇଁ ରାଜସ୍ଥାନ ସବୁଠୁ ଅଧିକ ଅସୁରକ୍ଷିତ ବୋଲି ରିପୋର୍ଟରେ ଦର୍ଶାଯାଇଛି । 2020ରେ ଏଠାରେ ସବୁଠୁ ଅଧିକ ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.