ETV Bharat / bharat

ପ୍ରେମିକାକୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା !

author img

By

Published : Oct 4, 2022, 9:07 AM IST

ଉତ୍ତର ପ୍ରଦେଶରେ ପ୍ରେମ ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ପ୍ରେମିକାର 4 ସମ୍ପର୍କୀୟଙ୍କୁ ଗିରଫ କରି ଜେରା କରୁଛି ପୋଲିସ । ଅଧିକ ପଢନ୍ତୁ

ପ୍ରେମିକାକୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା !
ପ୍ରେମିକାକୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା !

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କୁସିନଗରରେ ପ୍ରେମିକାକୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା କଲେ ପ୍ରେମିକାର ପରିବାର ସଦସ୍ୟ ଓ ସମ୍ପର୍କୀୟ । ପ୍ରେମିକାର ପରିବାର ଓ ସମ୍ପର୍କୀୟ ଲୋକେ ମିଶି ମାଡ ମାରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ରବିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଜଣଙ୍କ ସ୍ଥାନୀୟ 22 ବର୍ଷୀୟ ବିକାଶ ବୋଲି ପୋଲିସ ସ୍ପଷ୍ଟ କରିଛି ।

ସ୍ଥାନୀୟ ପଟହେରବା ଥାନା ଅନ୍ତର୍ଗତ ସୋମାଲିପଟ୍ଟୀ ବାସିନ୍ଦା ଚନ୍ଦ୍ରଶେଖର ପ୍ରସାଦଙ୍କ 21 ବର୍ଷୀୟ ପୁଅ ବିକାଶ ରରିବାର ରାତିରେ ନିଜ ପ୍ରେମିକାକୁ ଭେଟିବା ପାଇଁ ନିକଟବର୍ତ୍ତୀ ତୁର୍କପଟ୍ଟୀ ଥାନ ଅଧିନ ଅମବା ତିଓ୍ବାରୀ ଗ୍ରାମକୁ ଯାଇଥିଲେ । ସେଠାରେ ତାଙ୍କୁ ଯୁବତୀଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ନିସ୍ତୁକ ମାଡ ମାରିବା ସହ ସହ ମାରଣାସ୍ତ୍ରରେ ହତ୍ୟା କରି ମୃତଦେହ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ବିକାଶଙ୍କ ପିତା ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ଥିବାବେଳେ ଯୁବତୀଙ୍କ ପରିବାର ସଦସ୍ୟ ଏହାକୁ ବିରୋଧ କରି ଆସୁଥିଲେ । ଏପରିକି ସେମାନେ ପୂର୍ବରୁ ମୃତ ବିକାଶର ପରିବାରକୁ ଚେତାବନୀ ସହ ଧମକ ମଧ୍ୟ ଦେଇଥିବା ସୂଚନା ମିଳିଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିସାରିଥିବାବେଳେ, ମୃତକଙ୍କ ପିତାଙ୍କ ଏତଲା ଆଧାରରେ ସମ୍ପୃକ୍ତ ଯୁବତୀଙ୍କ ପରିବାରର କିଛି ସଦସ୍ୟଙ୍କ ସମେତ ମୋଟ 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେରା ମଧ୍ୟ ଜାରି ରହିଥିବା ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.