ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କଲେ ଯୁବକ । ଶୁକ୍ରବାର ମଧ୍ୟାହ୍ନରେ ସୁପ୍ରିମକୋର୍ଟ ସମ୍ମୁଖରେ ଅଚାନକ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଓ ସୁରକ୍ଷା କର୍ମୀଙ୍କ ତତ୍ପରତା ଯୋଗୁଁ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ମଧ୍ୟାହ୍ନରେ ସୁପ୍ରିମକୋର୍ଟ ସମ୍ମୁଖରେ ଏକ ନମ୍ବର ଗେଟ ସମ୍ମୁଖରେ ଅଚାନକ ଜଣେ ୫୦ ବର୍ଷିୟ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ପିସିଆର ଭ୍ୟାନ ଯୋଗେ ଦିଲ୍ଲୀର ରାମ ମୋନହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଯୁବକ ଜଣକ କେଉଁ କାରଣରୁ ନିଜ ଦେହକୁ ନିଆଁ ଲଗାଇଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।
@ANI