ETV Bharat / bharat

ଗୋଆରେ ଋଷ ନାବାଳିକାକୁ ଦୁଷ୍କର୍ମ ! ଜଣେ ଗିରଫ

ଗୋଆରେ ଋଷୀୟ ନାବାଳିକାକୁ ଦୁଷ୍କର୍ମ । କର୍ଣ୍ଣାଟକୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଗୋଆରେ ଋଷିଆ ନାବାଳିକାକୁ ଦୁଷ୍କର୍ମ, ଜଣେ ଗିରଫ

author img

By

Published : May 13, 2022, 3:34 PM IST

ପାନାଜୀ: ଗୋଆରେ ଋଷୀୟ ପର୍ଯ୍ୟଟକଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ । ଗୋଆ ଆରମ୍ବୋଲର ସ୍ଥିତ ଏକ ରିସୋର୍ଟରେ 12 ବର୍ଷୀୟା ଋଷୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସ କର୍ଣ୍ଣାଟକରୁ ଅଭିଯୁକ୍ତକୁ ଗିରଫ କରିଛି(man arrested for raping Russian minor girl at Goa resort) । ଅଭିଯୁକ୍ତ ଜଣକ 28 ବର୍ଷୀୟ ରବି ରମନି ଏବଂ ସେ ପୀଡିତା ରହୁଥିବା ରିସୋର୍ଟର କର୍ମଚାରୀ ହୋଇଥିବା ପରିଚୟ ମିଳିଛି । ଆଇପିସିର ଧାରା 376(ଦୁଷ୍କର୍ମ) ଏବଂ ପୋକ୍ସୋ ଆକ୍ଟ ଅଧିନରେ ପୋଲିସ ତା' ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ।

ଯାହା ସୂଚନା ରହିଛି, ମେ 6 ତାରିଖରେ ଏହି ଘଟଣା ଘଟିଥିଲା । ଗୋଆ କ୍ରାଇମବ୍ରାଞ୍ଚ ଏସପି କହିଛନ୍ତି, ଦୁଇ ଦିନ ପୂର୍ବରୁ ପୀଡିତାଙ୍କ ମାଆ ଦୁଷ୍କର୍ମ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ଆରମ୍ବୋଲରେ ରହୁଥିବା ସମୟରେ ତାଙ୍କ ନାବାଳିକ ଝିଅକୁ କେହି ଯୌନ ନିର୍ଯ୍ୟାତନା ଦେଇଥିଲା । ପ୍ରଥମେ ଝିଅକୁ ସୁଇମିଂ ପୁଲରେ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । ଏହାପରେ ହୋଟେଲ ରୁମରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ଝିଅଟିର ମାଆ କିଛି ଜିନିଷ ଆଣିବା ପାଇଁ ସ୍ଥାନୀୟ ବଜାରକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ଏନେଇ ପୋଲିସ ଛାନଭିନ କରିବା ପରେ ଅଭିଯୁକ୍ତ ପୀଡିତା ରହୁଥିବା ହୋଟେଲର ରୁମ୍ ସର୍ଭିସ ବୟ ରବି ରମନି ବୋଲି ଜଣାପଡିଥିଲା । ନାବାଳିକକୁ ଦୁଷ୍କର୍ମ କରିବା ପରେ ରବି ଫେରାର ହୋଇଯାଇଥିଲା । ସେ କର୍ଣ୍ଣାଟକର ଗଡଗରେ ଲୁଚି ରହିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.