ଜୟପୁର : ଫାର୍ମାସି ଛାତ୍ରଙ୍କ କମାଲ । ତିଆରି କଲେ ଇଲେକ୍ଟ୍ରି ବାଇକ୍ । ଯେଉଁଥିରେ ଆବଶ୍ୟକ ପଡିବନି ପେଟ୍ରୋଲ । ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ବାଇକ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ରାଜସ୍ଥାନର ପାଲି ତେଓ୍ବାଲି ଗାଁର ଯୁବକ ଦିନେଶ ମାଲବିଆ(Dinesh Malviya) । ଦିନେଶ ପୁରୁଣା ବାଇକକୁ ଇଲେକ୍ଟ୍ରି ବାଇକର ରୂପ ଦେଇଛନ୍ତି । ପୁରୁଣା ବାଇକରେ ପାଖାପାଖି ୫୦ ରୁ ୬୦ ହଜାର ଖର୍ଚ୍ଚ କରିଛନ୍ତି ସେ । ଏଥିପାଇଁ ତାଙ୍କୁ ତିନି ମାସ ସମୟ ଲାଗିଥିଲା । ୟୁଟ୍ୟୁବ ଦେଖି ଓ ନିଜର ବୁଦ୍ଧି ଖଟାଇ ସେ ଏ ଇଲେକ୍ଟ୍ରି ବାଇକ ତିଆରି କରିଛନ୍ତି । ତେବେ ଏ କାର୍ଯ୍ୟରେ ତାଙ୍କ ପରିବାର ଲୋକେ ସହଯୋଗ ମଧ୍ୟ କରିଛନ୍ତି । ବାଇକଟି ୫୦- ୫୫ ସ୍ପ୍ରିଡ ପର୍ଯ୍ୟନ୍ତ ଗତି କରିପାରିବ ।
ତେବେ ବାଇକଟିକୁ ତିଆରି କରିବା ପାଇଁ ଦିନେଶ ଅନଲାଇନରୁ କିଛି ଯନ୍ତ୍ରପାତି ଅର୍ଡର କରିଥିଲେ । ୟୁଟ୍ୟୁବ ଏବଂ ସୋସିଆଲ୍ ସାଇଟ ଦେଖି ବାଇକକୁ ତିଆରି କରିଥିଲେ । କିଛି ପୁରୁଣା ଚାର୍ଜର ଇଣ୍ତିକେଟର (charger indicator) ଲାଇଟ୍, ବ୍ରେକ୍ ଏବଂ ତିନୋଟି ଗିଅର୍ ଓ ସ୍ପିଡୋମିଟର ବାଇକରେ ଲଗାଯାଇଛି । ସାଧାରଣ ଗାଡି ପରି ଏଥିରେ ହେଡ୍ ଲାଇଟ୍ ଲଗାଯାଇଛି । ପାଦରେ ଗିଅର ବଦଳାଇବା ବଦଳରେ ହାତ ଆଙ୍ଗୁଠିରେ ଗିଅର୍ ବଦଳାଇବା ପାଇଁ ଏଥିରେ ବ୍ୟବସ୍ଥା ରହିଛି ।
ବାଇକରେ ଲଗାଯାଇଥିବା ବଟନ ଦବାଇଲେ ତୁରନ୍ତ ଗିଅର୍ ପରିବର୍ତ୍ତନ ହୋଇଯିବ । ସାଧାରଣ ଯାନରେ ଯେପରି ବ୍ୟବସ୍ଥା ରହିଛି । ଏ ଇଲେକ୍ଟ୍ରୋନିକ ବାଇକ (Electronic Bike)ରେ ମଧ୍ୟ ଠିକ ସେଭଳି ବ୍ୟବସ୍ଥା ରହିଛି । ବାଇକରେ ଏକ ସେନ୍ସର ଲଗାଯାଇଛି । ଯାହା ଗିଅର, ମିଟର ଓ ବ୍ରେକରେ ଲଗାଯାଇଛି । ଏହା ଦୁର୍ଘଟଣା ରୋକିବାରେ ସାହାଯ୍ୟ କରେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାଇକଟିକୁ ଥରେ ଚର୍ଜ କଲେ ପ୍ରାୟ 15-20 ଟଙ୍କା ଖର୍ଚ୍ଚ ହୋଇଥାଏ । ଯାହା ସାଧାରଣ ବାଇକ ଠାରୁ ପୁରା ଭିନ୍ନ । ଦିନେଶଙ୍କ ଏଭଳି ଉଦ୍ୟମକୁ ଲୋକେ ପ୍ରଶଂସା କରିବା ସହ ଏ କାର୍ଯ୍ୟକୁ ଜାରି ରଖିବାକୁ କହିଛନ୍ତି । ତେବେ ଦିନେଶ ଫାର୍ମାସିଷ୍ଟରେ ଡିପ୍ଲୋମା କରିଛନ୍ତି ସତ । କିନ୍ତୁ ତାଙ୍କର ଇଲେକ୍ଟ୍ରୋନିକ ସାମଗ୍ରୀ ତିଆରିରେ ଆଗ୍ରହ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ