ETV Bharat / bharat

ଯୋଗ କରୁଥିଲେ, ଚାଲିଗଲା ଜୀବନ

author img

By

Published : Mar 9, 2023, 10:51 PM IST

ସୁରଟ ସହରର ଭାରାଚା ଅଞ୍ଚଳର ହିରାବାଗ ସର୍କଲ ନିକଟ ସାନ୍ତାଲାଲ ସୋସାଇଟିରେ ରହୁଥିବା ଜଣେ 44 ବର୍ଷ ବୟସ୍କ ବ୍ୟକ୍ତିଙ୍କ ଯୋଗ କରିବା ସମୟରେ ମୃତ୍ୟୁ । ଅଧିକ ପଢନ୍ତୁ

young man doing yoga died
young man doing yoga died

ଗାନ୍ଧୀନଗର : ଏମିତି ବି ଆସେ ମୃ୍ତ୍ୟୁ। କ୍ରିକେଟ୍ ଖେଳିବା ସମୟରେ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକଳାପ ସମୟରେ ମୃ୍ତ୍ୟୁ ଘଟଣା ଅନେକ ସ୍ଥାନରେ ସାମ୍ନାକୁ ଆସିଛି। ହେଲେ ଆଜି ସୁରଟରେ ମୃତ୍ୟୁର ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଯୋଗ କରିବା ସମୟରେ ଜଣେ 44 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସହରର ଭାରାଚା ଅଞ୍ଚଳର ହିରାବାଗ ସର୍କଲ ନିକଟରେ ସାନ୍ତାଲାଲ ସୋସାଇଟିରେ ରହୁଥିବା 44 ବର୍ଷୀୟ ମୁକେଶ ଭାଇ ଯୋଗ କରୁଥିଲେ। ସେହି ସମୟରେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ପରିବାବରରେ ପରିବାରରେ ଦୁଃଖର ବାତାବରଣ ସୃଷ୍ଟି ହୋଇଥିଲା।

ସୂଚନା ମୁତାବକ, 44 ବର୍ଷର ମୁକେଶ ଭାଇଙ୍କ ପେଟରେ ହଠାତ ଏସିଡିଟି କାରଣରୁ ଯନ୍ତ୍ରଣା ଆରମ୍ଭ ହୋଇଥିଲା ତେଣୁ ସେ ପାଣି ପିଇଥିଲେ। ହେଲେ ଏହା ପରେ ତାଙ୍କର ବାନ୍ତି ହେବା କାରଣ ରୁ lତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ କାର୍ଯ୍ୟରତ ଥିବା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ବର୍ତ୍ତମାନ କପୋଦରା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ଏହି ଘଟଣାରେ ଯୋଗକ୍ଲାସର ସଦସ୍ୟ ଜସ୍ମିନ ଗୋର୍ଶିଆ କହିଛନ୍ତି ଯେ, ଆମର କ୍ଲାସ କିରଣ ହରେ କୃଷ୍ଣ ଫାର୍ମରେ ହୋଇଥାଏ। ହେଲେ ମୁକେଶ ଭାଇ ମେଡପାରା କେବେ କେବେ ଆସିଥାନ୍ତି | ସେହିଭଳି ସେ ଆଜି ଧୁଲେଟି ପର୍ବ ଥିବାରୁ ଆସିଥିଲେ। ସେ ତାଙ୍କ ପତ୍ନୀଙ୍କ ସହିତ ଆସନ୍ତି । ତାଙ୍କ ପତ୍ନୀ ମଧ୍ୟ ଯୋଗ ଶିକ୍ଷା ଦିଅନ୍ତି। ତେବେ ଆଜି ସକାଳେ ଯୋଗ କରିବା ସମୟରେ ସେ ଏସିଡିଟି ହୋଇଥିବା ଅନୁଭବ କଲେ , ତେଣୁ ଆମେ ତାଙ୍କୁ ଗଦି ଉପରେ ଶୁଆଇଦେବା ସହ ତାଙ୍କୁ ପାଣି ପିଇବାକୁ ଦେଇଥିଲୁ। ହେଲେ ସେ ବାନ୍ତି କରିଥିଲେ। ତେଣୁ ଆମେ ତାଙ୍କୁ ଏକ ଅଟୋ ରିକ୍ସାରେ ଡାକ୍ତରଖାନା ନେଇଥିଲୁ । ହେଲେ ଡାକ୍ତର ତାଙ୍କୁ ଦେଖି ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଅନ୍ୟପଟେ ଏନେଇ କପୋଦରା ଥାନାର ପୋଲିସ ଉପନିରିକ୍ଷକ ପିଏସ ଭେଡା କହିଛନ୍ତି ଯେ, ଏହି ଘଟଣା ସକାଳ 7ଟା ସମୟର। ଡାଇମଣ୍ଡ ହସ୍ପିଟାଲରୁ ଆମକୁ ଫୋନ ଆସିଥିଲା କି 44ବର୍ଷୀୟ ମୁକେଶ ଭାଇ ଯିଏକି ଯୋଗ କରିଥିବା ସମୟରେ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଏଠାକୁ ଅଣାଯାଇଥିଲା। ହେଲେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁବରଣ ହୋଇଥିଲା। ବର୍ତ୍ତମାନ ଆମେ ଘଟଣାର ଯାଞ୍ଚ କରୁଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.