ETV Bharat / bharat

ବନ୍ୟା ଦୁର୍ଦ୍ଦଶା: ଶ୍ମଶାନ ଯାଇପାରିଲାନି ମୃତଦେହ, ରାସ୍ତାକଡରେ ହେଲା ସତ୍କାର

author img

By

Published : Jul 13, 2023, 10:47 PM IST

ବନ୍ୟା କାରଣରୁ ପଞ୍ଜାବ କପୁରତାଲାରେ ରାସ୍ତାକଡରେ ହେଲା ମୃତଦେହ ସତ୍କାର । ପ୍ରଶାସନ ଉପରେ ଅବହେଳାର ଅଭିଯୋଗ ଆଣିଲେ ପରିବାର । ଅଧିକ ପଢନ୍ତୁ

Punjab: ବନ୍ୟା ଦୁର୍ଦ୍ଦଶା, ରାସ୍ତାକଡରେ ହେଲା ମୃତଦେହ ସତ୍କାର

ଚଣ୍ଡିଗଡ: ପ୍ରବଳ ବର୍ଷା ପରେ ବନ୍ୟାରେ ଉବୁଟୁବୁ ହେଉଛି ସମଗ୍ର ଉତ୍ତର ଭାରତ । ପଞ୍ଜାବରେ ମଧ୍ୟ ନବ୍ୟା ସ୍ଥିତି ଦେଖାଯାଇଛି । ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସ୍ଥାନରୁ ବିଭିନ୍ନ ବନ୍ୟା ବିତ୍ପାତର ବିଚଳିତ କରିବା ପରି ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆଜି ଏହାରି ମଧ୍ୟରେ ଏକ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବନ୍ୟା କାରଣରୁ ମୃତଦେହ ସତ୍କାର ପାଇଁ ମିଳିଲାନି ଜାଗା । ଶ୍ମଶାନ ପରିବର୍ତ୍ତେ ରାସ୍ତାକଡରେ ହେଲା ମୃତଦେହ ସତ୍କାର । ଏପରି ଏକ ଅଭାବନୀୟ ଚିତ୍ର ପଞ୍ଜାବର କପୁରତାଲାରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ କପୁରତାଲାର ଲୋହିୟାନ ଗାଁର ଗିଦରପିଣ୍ଡିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ହେଲେ ପ୍ରବଳ ବର୍ଷା ଓ ଜଳବନ୍ଦୀ କାରଣରୁ ମୃତଦେହ ସତ୍କାର କରିବା ପାଇଁ ଶ୍ମଶାନରେ ନିଆଯାଇ ପାରିନଥିଲା । ପରିବାର ସଦସ୍ୟ ବୃଦ୍ଧଙ୍କ ମୃତଦେହକୁ ଗିଦିରପିଣ୍ଡି ଫେରୋଜପୁର ରାସ୍ତାକଡରେ ସଂସ୍କାର କରିବାକୁ ବାଧ୍ୟ ହୋଇଥିଲେ । ପରିବାର ସଦସ୍ୟ ସ୍ଥାନୀୟ ପ୍ରଶାସନ ଉପରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ସେମାନଙ୍କୁ ଏପରି ଦୁଃସମୟରେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ସାହାଯ୍ୟ କଲା ନାହିଁ । ପ୍ରଶାସନ କେବଳ ମିଥ୍ୟାରେ ବନ୍ୟା ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହୁଥିବା, ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ।

ରାସ୍ତାକଡରେ ମୃତଦେହ ସତ୍କାର କରିଥିବା ସୋହାନ ସିଂଙ୍କ ପରିବାର କହିଛନ୍ତି, ତାଙ୍କ ଜେଜେବାପା ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ଗତକାଲି ସେ ଅଧିକ ଅସୁସ୍ଥ ହୋଇପଡିଥିଲେ । ହେଲେ ବର୍ଷା ଓ ବନ୍ୟାରେ ତାଙ୍କୁ ହସ୍ପିଟାଲ ନିଆଯାଇ ପାରିନଥିଲା । 85 ବର୍ଷ ବୟସରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗାଁରେ ପ୍ରବଳ ବର୍ଷା ହେତୁ ବନ୍ୟା ସ୍ଥିତି ଯୋଗୁ ସେମାନେ ମୃତଦେହ ସଂସ୍କାର କରିପାରିନଥିଲେ । ମୃତ ବୃଦ୍ଧ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିଲେ । ହେଲେ ଏପରି ସ୍ଥିତିରେ କୌଣସି ପ୍ରଶାସନିକ ସହାୟତା ତାଙ୍କୁ ଯୋଗାଇ ଦିଆଯାଇନଥିଲା । ଫଳରେ ସେମାନେ ଆଜି ରାସ୍ତାକଡରେ ମୃତଦେହ ସତ୍କାର କରିବାକୁ ବାଧ୍ୟ ହୋଇଛନ୍ତି । ହେଲେ ଏନେଇ ପ୍ରଶାସନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଏହା ମଧ୍ୟ ପଢନ୍ତୁ:-Delhi Flood: ଉଛୁଳୁଛି ଯମୁନା, ଦିଲ୍ଲୀର ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ

ପଞ୍ଜାବରେ ପ୍ରବଳ ବର୍ଷା ହେତୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛିଲ । ରାଜ୍ୟରେ 11ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ 5ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏବେ ମଧ୍ୟ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଲାଗିରହିଛି । ସରକାର ବନ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ଓ ବ୍ୟବସ୍ଥା କରିଥିବା କହୁଥିବା ବେଳେ ରାସ୍ତାକଡରେ ମୃତଦେହ ସତ୍କାର ହେବା ଘଟଣା ବନ୍ୟା ମୁକାବିଲା ଓ ଜରୁରୀକାଳୀନ ପ୍ରସ୍ତୁତିର ବିଫଳତାକୁ ପଦାରେ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.