ETV Bharat / bharat

ସନ୍ଦେହଜନକ ଭାବେ କାର ସହ ଜଳିଗଲେ ଦମ୍ପତି: କାରଣ ଅସ୍ପଷ୍ଟ

author img

By

Published : May 22, 2022, 8:00 PM IST

କର୍ଣ୍ଣାଟକରେ ଅଭାବନୀୟ ଘଟଣା । ସନ୍ଦେହଜନକ ଭାବେ କାର ସହ ଜଳିଗଲେ ଦମ୍ପତି । ଗତ 3 ଦିନ ଧରି ଥିଲେ ନିଖୋଜ । ଆତ୍ମହତ୍ୟା ନା ହତ୍ୟା କିଛି କାରଣ ଅସ୍ପଷ୍ଟ । ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

ସନ୍ଦେହଜନକ ଭାବେ କାର ସହ ଜଳିଗଲେ ନବ ଦମ୍ପତି: କାରଣ ଅସ୍ପଷ୍ଟ

ବେଙ୍ଗାଲୁରୁ: ସନ୍ଦେହଜନକ ଭାବେ କାର ସହ ଜଳିଗଲେ ଦମ୍ପତି । ଏପରି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଦୁପି ଜିଲ୍ଲାରେ । ମୃତ ଦମ୍ପତିଙ୍କ ପରିଚୟ ଜଣାପଡିଛି । ମୃତକ ଦମ୍ପତି ହେଲେ ସ୍ବାମୀ ଯଶୋବନ୍ତ ଓ ପତ୍ନୀ ଜ୍ୟୋତି । ଉଭୟଙ୍କ ବୟସ 23 ବର୍ଷ ହୋଇଥିବା ନେଇ ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି । କେଉଁ କାରଣରୁ କାରରେ ନିଆଁ ଲାଗିଲା ନାଁ ଏହା ଏକ ଆତ୍ମହତ୍ୟା ଘଟଣା ତାହା ସ୍ପଷ୍ଟ ହୋଇପାରିନାହିଁ ।

ମିଳିଥିବା ସୂଚନା ଅନୁସାରେ, ମୃତ ଦମ୍ପତି ବେଙ୍ଗାଲୁରୁର ଆରଟି ନଗର ବାସିନ୍ଦା ବୋଲି ଜଣାପଡିଛି । ଦମ୍ପତି 18 ତାରିଖରେ ଘରୁ କେଉଁଆଡେ ଚାଲିଯାଇଥିଲେ । ଦମ୍ପତିଙ୍କ ନିଖୋଜ ନେଇ 3 ଦିନ ପୂର୍ବରୁ ବେଙ୍ଗାଲୁରୁର ହେବାଳ ପୋଲିସ ଷ୍ଟେସନରେ ଏକ ନିଖୋଜ ଏତଲା ମଧ୍ୟ ଦାଏର ହୋଇଥିଲା ।

ସ୍ଥାନୀୟ ଲୋକଙ୍କ ଅନୁସାରେ, ଆଜି (ରବିବାର) ଭୋର ପ୍ରାୟ 3ଟାରେ ଉଦୁପି ନିକଟରେ କାରଟି ଜଳନ୍ତା ଅବସ୍ଥାରେ ରାସ୍ତା ମଝିରେ ଠାବ ହୋଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ଭାବେ ଦମ୍ପତି ଏକ କାର ଭଡାରେ ନେଇ ଘରୁ ପଳାଇଥିବା ପୋଲିସ କହିଛି । ସେମାନେ ପରିବାର ଲୋକଙ୍କୁ ମୋବାଇଲରେ କିଛି ମେସେଜ ମଧ୍ୟ କରିଥିବା ଜଣାପଡିଛି । ତେବେ ଏହା ଏକ ଆତ୍ମହତ୍ୟା, ହତ୍ୟା ନା ଦୁର୍ଘଟଣା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.