ETV Bharat / bharat

Kick boxing Competition: ଗୋଟିଏ ପଞ୍ଚରେ ଚାଲିଗଲା ଯୁବ ବକ୍ସରଙ୍କ ଜୀବନ

author img

By

Published : Jul 14, 2022, 10:33 PM IST

କର୍ଣ୍ଣାଟକ ବେଙ୍ଗାଲୁରୁରେ ରାଜ୍ୟସ୍ତରୀୟ କିକ୍‌ବକ୍ସିଂ ଚାମ୍ପିଆନସିପରେ ଅଘଟଣ । ଖେଳୁଥିବା ବେଳେ ଯୁବ ବକ୍ସରଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

Kickboxing Competition: ଖେଳୁଥିବା ବେଳେ ଯୁବ ବକ୍ସରଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଖେଳରେ ଖେଳରେ ଚାଲିଗଲା ଜୀବନ । ରିଙ୍ଗ୍‌ ଭିତରେ ଟଳି ପଡ଼ିଲେ ମହୀଶୂରର ଯୁବ ବକ୍ସର । ବିପକ୍ଷ ପ୍ରତିଯୋଗୀଙ୍କ ପଞ୍ଚ୍‌ରେ ୨୩ ବର୍ଷୀୟ ବକ୍ସର ନିଖିଲଙ୍କର ମୃତ୍ୟୁ ଘଟିଛି । ମୃତ ବକ୍ସରଙ୍କ ପିତାମାତା ଥାନାରେ ଏକ FIR ଦାଏର କରିଛନ୍ତି ।

ନିଖିଲ ରାଜ୍ୟସ୍ତରୀୟ କିକ୍‌ବକ୍ସିଂ ଚାମ୍ପିଆନସିପରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ବେଙ୍ଗାଲୁରୁର ନଗରବଭିରେ ରବିବାର ଠାରୁ ଆରମ୍ଭ ହୋଇଥିଲା । ରିଙ୍ଗ୍‌ ଭିତରେ ଦର୍ଶକଙ୍କ ମଧ୍ୟରେ ଖେଳ ଚାଲିଥିବା ବେଳେ ବିପକ୍ଷ ପ୍ରତିଯୋଗୀ ନିଖିଲଙ୍କ ମୁଣ୍ଡକୁ ଏକ ପଞ୍ଚ୍‌ ମାରିଥିଲେ । ଏହି ଶକ୍ତ ଆଘାତରେ ନିଖିଲ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗତକାଲି (ବୁଧବାର) ନିଖିଲଙ୍କ ଅନ୍ତିମ ସଂସ୍କାର ମହୀଶୂର ଠାରେ ସମ୍ପନ୍ନ ହୋଇଛି । ଅନ୍ୟପଟେ ନିଖିଲଙ୍କ ପିତାମାତା ଜ୍ଞାନଭାରତୀ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଏର କରିଛନ୍ତି । ପ୍ରତିଯୋଗିତାର ଆୟୋଜକ ନବୀନ ରବିଶଙ୍କରଙ୍କ ଦାୟିତ୍ବହୀନତା କାରଣରୁ ତାଙ୍କ ପୁଅର ମୃତ୍ୟୁ ଘଟିଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଏହାରି ମଧ୍ୟରେ ଆୟୋଜକ ନବୀନ ଫେରାର ଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.