ETV Bharat / bharat

'You Find a Girl For Rahul'; ମହିଳା ଚାଷୀଙ୍କୁ ବୋହୂ ଖୋଜିବାକୁ କାହିଁକି କହିଲେ ସୋନିଆ ?

author img

By

Published : Jul 29, 2023, 5:32 PM IST

ସୋନିଆ ଗାନ୍ଧୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ହରିୟାଣା ସୋନିପତର ମହିଳା ଚାଷୀ । ଏହି ଚାଷୀଙ୍କୁ ରାହୁଲଙ୍କ ଲାଗି ବୋହୂ ଖୋଜିବାକୁ କହିଲେ ସୋନିଆ । ଅଧିକ ପଢନ୍ତୁ

Etv Bharat
Etv Bharat
  • मां, प्रियंका और मेरे लिए एक यादगार दिन, कुछ खास मेहमानों के साथ!

    सोनीपत की किसान बहनों का दिल्ली दर्शन, उनके साथ घर पर खाना, और खूब सारी मज़ेदार बातें।

    साथ मिले अनमोल तोहफे - देसी घी, मीठी लस्सी, घर का अचार और ढेर सारा प्यार।

    पूरा वीडियो यूट्यूब पर:https://t.co/2rATB9CQoz pic.twitter.com/8ptZuUSDBk

    — Rahul Gandhi (@RahulGandhi) July 29, 2023 " class="align-text-top noRightClick twitterSection" data=" ">

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିବାହ ପାଇଁ ପରାମର୍ଶ ଦେବା ପରେ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଲାଗି ରହିଛି ଚର୍ଚ୍ଚା । ଏହାରି ମଧ୍ୟରେ ମହିଳା ଚାଷୀଙ୍କୁ ବୋହୂ ଖୋଜିବାକୁ କହିଛନ୍ତି ସୋନିଆ ଗାନ୍ଧୀ । ଯାହାକୁ ନେଇ ପୁଣି ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲଙ୍କ ବିବାହ କରିବା ଲାଗି ମହିଳା ଚାଷୀମାନେ ସୋନିଆଙ୍କୁ କହିବା ପରେ ସେ ତାଙ୍କୁ ଝିଅ ଖୋଜିବା ଲାଗି କହିଥିବା ଜଣାପଡ଼ିଛି ।

ନିକଟରେ ରାହୁଲ ଗାନ୍ଧୀ ହରିୟାଣା ଗସ୍ତ କରିଥିବା ବେଳେ ମହିଳା ଚାଷୀଙ୍କୁ ଭୋଜି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ରାହୁଲଙ୍କ କଥା ରଖିବା ଲାଗି କଂଗ୍ରେସ ନେତ୍ରୀ ସୋନିଆ ହରିୟାଣା ସୋନିପତ ଜିଲ୍ଲାର କିଛି ମହିଳାଙ୍କୁ ଭୋଜନ ଦେବା ଲାଗି ନିଜ ବାସଭବନକୁ ଶନିବାର ନିମନ୍ତ୍ରିତ କରିଥିଲେ । ମଧ୍ୟାହ୍ନ ଭୋଜନ କରିବାକୁ ଆସିଥିବା ମହିଳା ଚାଷୀମାନେ ସୋନିଆଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ରାହୁଲଙ୍କ ବିବାହ କରିବା ଲାଗି ସେ ସୋନିଆଙ୍କୁ କହିଥିଲେ । ଏହାର ଜବାବରେ ସୋନିଆ ମହିଳା ଚାଷୀଙ୍କୁ ଝିଅ ଖୋଜିବା ଲାଗି କହିଥିବା ଜଣାପଡ଼ିଛି ।

ଏମିତି କହିଲେ ରାହୁଲ:- ମହିଳା ଚାଷୀମାନେ ସୋନିଆଙ୍କ ସମ୍ମୁଖରେ ରାହୁଲଙ୍କ ବିବାହ କଥା ଉଠାଇବା ସମୟରେ ସେଠାରେ ଉପସ୍ଥିତ ଥିଲେ ରାହୁଲ । ଆଉ କହିଥିଲେ 'ଏମିତି ଘଟିବ..' । ମହିଳାମାନେ ରାହୁଲଙ୍କୁ ନିଜ ହାତରେ ଖୁଆଇ ଦେଇଥିଲେ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ପ୍ରିୟଙ୍କା ମହିଳା ଚାଷୀଙ୍କୁ କହିଥିଲେ ଯେ ଛୋଟ ବେଳେ ତାଙ୍କଠାରୁ ରାହୁଲ ଅଧିକ ଦୁଷ୍ଟ ଥିଲେ । ହେଲେ ସବୁବେଳେ ପିତାମାତାଙ୍କଠାରୁ ସେ ଗାଳି ଶୁଣୁଥିଲେ ।

ଏହା ବି ପଢନ୍ତୁ- ବିଲରେ ଚାଷୀଙ୍କ ସହ କଥା ହେଲେ ରାହୁଲ: ହଳ କଲେ, ତଳି ବି ରୋଇଲେ

ସୂଚନା ଥାଉ କି ଗତ ଜୁଲାଇ ୮ ତାରିଖରେ ରାହୁଲ ସୋନିପତ ଜିଲ୍ଲା ମଦିନା ଗ୍ରାମକୁ ଗସ୍ତ କରିଥିଲେ । ସେଠାରେ ଲୋକଙ୍କ ସହ ସମୟ ଅତିବାହିତ କରିବା ସହ କ୍ଷେତରେ କାମ କରୁଥିବା ଚାଷୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଖାଲି ସେତିକି ନୁହେଁ, ଚାଷୀମାନଙ୍କ ସହିତ ମିଶି ତଳି ରୋଇବାଠୁ ଆରମ୍ଭ କରି ଟ୍ରାକ୍ଟର ମଧ୍ୟ ଚଲାଇଥିଲେ । ମହିଳା ଚାଷୀମାନେ ଆଣିଥିବା ଖାଦ୍ୟକୁ ରାହୁଲ ଖାଇଥିବା ଦେଖିବାକୁ ମିଳିଥିଲା । ମହିଳା ଚାଷୀମାନେ କେବେ ଦିଲ୍ଲୀ ଦେଖିନଥିବା କହିଥିଲେ । ଏହି ସମୟରେ ଚାଷୀଙ୍କ ଲାଗି ଦିଲ୍ଲୀରେ ଭୋଜିଭାତର ଆୟୋଜନ କରି ଦିଲ୍ଲୀ ଡାକିବେ ବୋଲି ପ୍ରତିଶୃତି ଦେଇଥିଲେ ।

ଏହା ପରେ ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି, " ମା', ପ୍ରିୟଙ୍କା ଓ ମୋ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ସୋନିପତ ଚାଷୀ ଭଉଣୀଙ୍କ ଆଜି ଦିଲ୍ଲୀ ଦର୍ଶନ ସ୍ବପ୍ନ ପୂରଣ ହୋଇଛି । ସେମାନେ ଆମ ସହିତ ମଧ୍ୟାହ୍ନ ଭୋଜନ କରିଥିବା ବେଳେ ବାର୍ତ୍ତାଳାପ କରିଛନ୍ତି । ସେମାନଙ୍କଠାରୁ କିଛି ସ୍ବତନ୍ତ୍ର ଉପହାର ଯେପରିକି ଦେଶୀ ଘିଅ, ମିଠା, ଲସି, ଘରେ ପ୍ରସ୍ତୃତ ଆଚାର ଗ୍ରହଣ କରିଛି । ଏହା ଦିନଟି ମୋ ପରିବାର ଲାଗି ସ୍ମରଣୀୟ ରହିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.