ETV Bharat / bharat

UP Polls: ଆଜି ଗୋରଖପୁରରୁ ନାମାଙ୍କନ ଭରିବେ ଯୋଗୀ ଆଦିତ୍ୟନାଥ

author img

By

Published : Feb 4, 2022, 7:47 AM IST

ଆଜି ଗୋରଖପୁରରୁ ନାମାଙ୍କନ ଭରିବେ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ସାଥ୍ ଦେବେ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ । ଅଧିକ ପଢନ୍ତୁ

UP Polls: ଆଜି ଗୋରଖପୁରରୁ ନାମାଙ୍କନ ଭରିବେ ଯୋଗୀ ଆଦିତ୍ୟନାଥ
UP Polls: ଆଜି ଗୋରଖପୁରରୁ ନାମାଙ୍କନ ଭରିବେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୋରଖପୁର ନିର୍ବାଚନ ମଣ୍ଡଳୀରୁ ଦିନ ୧୧ଟା ୪୦ ମିନିଟ୍ ସମୟରେ ନାମାଙ୍କନ ଭରିବେ ଯୋଗୀ(yogi adityanath to file nomination papers from gorakhpur) । ମିଳିଥିବା ସୂଚନା ଅନୁସାରେ, ଆଜି ନାମାଙ୍କନ ଦାଖଲ ବେଳେ ଯୋଗୀ ଆଦିତ୍ୟନାଥଙ୍କ ସହ ରହିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ।

ପ୍ରକାଶଥାଉ କି, ୟୁପି ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ଶାହା । ଯୋଗୀ ନାମାଙ୍କନ ଭରିଆ ପରେ ଅମିତ ଶାହା ଗୋରଖପୁର ସ୍ଥିତ ପ୍ରତାପ ଇଣ୍ଟର କଲେଜ ପଡିଆରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ୟୁପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ପ୍ରମୁଖ ଉପସ୍ଥିତ ରହିବେ । ଏହି ଜନସଭାର ପ୍ରସାରଣ ସୋସିଆଲ ମିଡିଆରେ କରାଯିବ । ମୁଖ୍ୟମନ୍ତ୍ରୀ ଗୋରେଖନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନାମାଙ୍କନ ଭରିବେ ଏବଂ ସେଠାରୁ ଜନସଭା ସ୍ଥଳରେ ପହଞ୍ଚିବେ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗୋରଖପୁର ଆସନରୁ ଯୋଗୀ ଆଦିତ୍ୟନାଥ ପ୍ରତିଦ୍ବନ୍ଦିତା କରିବାକୁ ଥିବାବେଳେ କରହଲ ଆସନରୁ ପ୍ରତିଦ୍ବନ୍ଦିତା କରିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ୟୁପିରେ ଫେବୃୟାରୁ ୧୦ରୁ ୭ଟି ପର୍ଯ୍ୟାୟରେ ଭୋଟ୍ ପଡିବ । ମାର୍ଚ୍ଚ ୧୦ରେ ଗଣତି ହେବ । ଚଳିତ ନିର୍ବାଚନରେ ମଧ୍ୟ ବିପୁଳ ସଂଖ୍ୟକ ଭୋଟ୍ ସହ ବିଜେପି ଶାସନ ମଙ୍ଗ ଧରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ।

ପୂର୍ବରୁ ୨୦୧୭ ବିଧାନସଭା ନିର୍ବାଚନରେ ୪୦୩ ଆସନରୁ ୩୧୨ ଆସନ ବାଜିମାତ୍ କରିଥିଲା ବିଜେପି । ସମାଜବାଦୀ ପାର୍ଟି ୪୭ଟି ଆସନ ଅକ୍ତିଆର କରିପାରିଥିବାବେଳେ ବିଏସପି ହାତକୁ ଯାଇଥିଲା ୧୯ଟି ସିଟ୍ । ବାକି କଂଗ୍ରେସକୁ କେବଳ ୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.