ETV Bharat / bharat

CM Yogi Adityanath: ୟୁପିରେ ଯୋଗୀରାଜ, ପୁନଃ ଆସ୍ଥା ପ୍ରକଟ କଲେ ମୋଦି-ଶାହ - ଶପଥ ନେଲେ

ଲକ୍ଷ୍ନୌ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପାଖାପାଖି 50 ହଜାରରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ଯୋଗୀ ଆଦିତ୍ୟନାଥ ୟୁପିର 22 ତମ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ଯୋଗୀଙ୍କ ସମେତ 2 ଜଣ ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟ 50 ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଅଧିକ ପଢନ୍ତୁ

ୟୁପିରେ ଯୋଗୀରାଜ,
ୟୁପିରେ ଯୋଗୀରାଜ,
author img

By

Published : Mar 25, 2022, 6:29 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ନେଲେ ଯୋଗୀ ଆଦିତ୍ବନାଥ । ଯୋଗୀଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳର 52 ଜଣିଆ ଟିମ ମଧ୍ୟ ଶପଥ ନେଇଛନ୍ତି । ଲକ୍ଷ୍ନୌ ଇକାନା ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପାଖାପାଖି 50 ହଜାରରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ଯୋଗୀ ଆଦିତ୍ୟନାଥ ୟୁପିର 22 ତମ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ଯୋଗୀଙ୍କ ସମେତ 2 ଜଣ ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟ 50 ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶପଥ ପାଠର ରହିଲେ ସାକ୍ଷୀ

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି । ଏହାବାଦ ବିଜେପିର ସମସ୍ତ କେନ୍ଦ୍ରୀୟ ନେତା ମଧ୍ୟ ଉପସ୍ଥିତ ଅଛନ୍ତି ।

ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ବି ହେଲେ ସାମିଲ

ଭାରତୀୟ ଜନତା ପାର୍ଟି ବିଜେପି ଯୋଗୀଙ୍କ ରୂପରେ ଏକ ଦୀର୍ଘମିଆଦୀ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛି । ଯାହାର ଖୋଦ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ବ ନେଉଛନ୍ତି । ଏଥିପାଇଁ ଯୋଗୀଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପି ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଣ ସାମିଲ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଗୁଜୁରାଟ, ହରିୟାଣା, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା, ମଣିପୁର, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ମୁଖ୍ୟମନ୍ତ୍ରୀଙ୍କ ସମେତ ବିହାରର 2 ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ ।

  • Lucknow | Suresh Kumar Khanna, Surya Pratap Shahi, Swatantra Dev Singh, Baby Rani Maurya take oath as Ministers in the Uttar Pradesh government. pic.twitter.com/7CoPQt4TAX

    — ANI UP/Uttarakhand (@ANINewsUP) March 25, 2022 " class="align-text-top noRightClick twitterSection" data=" ">

ସାକ୍ଷୀ ରହିଲେ ସନ୍ଥଗଣ

ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଜଣେ କଠୋର ହିନ୍ଦୁତ୍ବ ରାଜନେତା । ନିଜ ଧର୍ମକୁ ନେଇ ଯୋଗୀ କେବେ କୌଣସି ସଂକୋଚ କରିନାହାଁନ୍ତି । ବଂର ନିଜ ଧର୍ମ ଓ ଆସ୍ଥାକୁ ସର୍ବସମ୍ମୁଖରେ ପ୍ରଦର୍ଶିତ କରିଛନ୍ତି । ଫଳରେ ଯୋଗୀ ଜଣେ ଫାୟାରବ୍ରାଣ୍ଡ ନେତା ଭାବେ ଉଭା ହୋଇଛନ୍ତି । ନିଜ ହିନ୍ଦୁ ସନାତନ ସଂସ୍କୃତିକ ଆଗକୁ ବଢାଇବା ସହ ସୁରକ୍ଷା ପ୍ରଚାର ପ୍ରସାର ଦିଗରେ କାମ କରୁଛନ୍ତି । ଫଳରେ ସନାତନ ସଂସ୍କୃତି ଓ ସାଧୁ ସନ୍ଥଙ୍କ ଗହଣରେ ଯୋଗୀଙ୍କ ଗ୍ରହଣୀୟତା ବଢିବାରେ ଲାଗିଛି । ଯାହାକୁ ନେଇ ସାଧୁ ସନ୍ଥ ମଧ୍ୟ ଯୋଗୀଙ୍କୁ ନେଇ ବେଶ ଖୁସି । ଆଉ ଆଜି ଯୋଗୀଙ୍କ ଶପଥ ଗ୍ରହଣ ସମାରୋହରେ, ଅଯୋଧ୍ୟା, ବାରଣାସୀ, ମଥୁରା, ବୃନ୍ଦାବନ, ଗୋରଖପୁର ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ମଧ୍ୟ ଯୋଗୀଙ୍କୁ ଆର୍ଶିବାଦ ଦେବା ପାଇଁ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ।

  • Lucknow | Bhupendra Singh Chaudhary, Anil Rajbhar, Jitin Prasada, Rakesh Sachan take oath as Ministers in the Uttar Pradesh government. pic.twitter.com/zigNZ5lUhd

ଶିଳ୍ପପତି ବି ହୋଇଛନ୍ତି ସାମିଲ

ଏହାବାଦ ଯୋଗୀଙ୍କ ଶପଥ ଗ୍ରହଣ ସମାରୋହରେ ଦେଶର ବିଶିଷ୍ଟ ଶିଳ୍ପପତି ମଧ୍ୟ ସାମିଲ ହୋଇଛନ୍ତି । ଯେଉଁ ମାନଙ୍କ ମଧ୍ୟରେ ରହିଛନ୍ତି ଟାଟା ଗ୍ରୁପ ମୁଖ୍ୟ ଏନ ଚନ୍ଦ୍ର ଶେଖରନ, ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଆଦିତ୍ୟ ବିର୍ଲା ଗ୍ରୁପରୁ କୁମାର ମଙ୍ଗଳମ ବିର୍ଲା, ଆଦାନୀ ଗ୍ରୁପରୁ ଗୌତମ ଆଦାନୀ, ମହିନ୍ଦ୍ରା ଗ୍ରୁପ ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ହୀରାନନ୍ଦାନୀ ଗ୍ରୁପରୁ ଦର୍ଶନ ହୀରା ନାଦାନୀଙ୍କ ସମେତ ଆହୁରି ଶିଳ୍ପପତି ମଧ୍ୟ ଯୋଗ ଦେଇଛନ୍ତି ।

କଳାକାର ବି ହେଲେ ସାମିଲ

ଏତତ ବ୍ୟତୀତ ବଲିଉଡ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର କଳାକାର ମଧ୍ୟ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଅମିତାଭ ବଚ୍ଚନ, ଅକ୍ଷୟ କୁମାର, କଙ୍ଗନା ରଣାୱତ, ଦି କାଶ୍ମୀର ଫାଇଲ୍ସ ଫିଲ୍ମର ସମସ୍ତ କଳାକାର ସାମିଲ ହୋଇଛନ୍ତି ।

ଯୋଗୀଙ୍କ ବାଲ୍ୟାବସ୍ଥା

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୁରା ନାଁ ହେଉଛି ଅଜୟ ସିଂ ବିଷ୍ଟ । ଉତ୍ତରାଖଣ୍ଡର ଏକ ସାମାନ୍ୟ ରାଜପୁତ ପରିବାରରରେ ଯୋଗୀଙ୍କ ଜନ୍ମ ହୋଇଥିଲା । ଯୋଗୀଙ୍କ ବାପାଙ୍କ ନାମ ଥିଲା ଆନନ୍ଦ ସିଂ ବିଷ୍ଟ, ମାଙ୍କ ନାମ ସାବିତ୍ରୀ ଦେବୀ । ଯୋଗୀ ଆଦିତ୍ୟନାଥ 1989 ରେ ଋଷିକେଶ ଭରତ ମନ୍ଦିର ଇଣ୍ଟର କଲେଜରୁ ଦ୍ବାଦଶରେ ଉତ୍ତିର୍ଣ୍ଣ ହେବା ପରେ 1992 ରେ ହେମବତୀ ନନ୍ଦନ ବହୁଗୁଣା ଗଢୱାଲ ବିଶ୍ବବିଦ୍ୟାଳୟରୁ ଗଣିତରେ ବିଏସି ଡିଗ୍ରୀ ହାସଲ କରିଛନ୍ତି ।

ଅଜୟରୁ କେମିତି ହେଲେ ଯୋଗୀ ?

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାତ୍ର ଜୀବନରୁ ରାମ ମନ୍ଦିର ଆନ୍ଦୋଳନ ସହ ଯୋଡି ହୋଇଥିଲେ । 90 ଦଶକରେ ରାମ ମନ୍ଦିର ଆନ୍ଦୋଳନ ଅବସରରେ ସେତେବେଳେ ଯୋଗୀଙ୍କ ସାକ୍ଷାତ ହୁଏ ଗୋରଖନାଥ ମନ୍ଦିରର ମହନ୍ତ ଅବୈଧ୍ୟନାଥଙ୍କ ସହ । ଏହାପରେ ଯୋଗୀ ପରିବାରର ଅଜାଣତରେ ଗୋରଖନାଥ ମନ୍ଦିରକୁ ଚାଲିଆସିଥିଲେ । ଏହାସହ ଘର ପରିବାର ତ୍ୟାଗ କରି ସନ୍ୟାସୀ ହେବାକୁ କଠୋର ନିଷ୍ପତି ନେଇଥିଲେ । ଯୋଗୀଙ୍କ ଗୁରୁ ତଥା ଗୋରଖନାଥ ମନ୍ଦିରର ମହନ୍ତ ଅବୈଧ୍ୟନାଥ ସେତେବେଳର ଅଜୟଙ୍କୁ ଶିକ୍ଷା, ଦିକ୍ଷା ପ୍ରଦାନ କରି ଅଜୟ ରୁ ଯୋଗୀ ଆଦିତ୍ୟନାଥରେ ପରିଣକ କରିଥିଲେ । ସେହି ଦିନ ଠାରୁ ଯୋଗୀଙ୍କ ବଦଳି ଗଲା ପରିଚୟ ବଦଳି ଗଲା ବେଶ ଭୂଷା ଓ ଠିକଣା ।

ସନ୍ୟାସୀରୁ ସାଂସଦ ଯାତ୍ରା

ସମୟକ୍ରମେ ଯୋଗୀ ଗୋରଖପୁର ମନ୍ଦିରର ଜଣେ ପ୍ରମୁଖ ସନ୍ଥ ପାଲଟି ଗଲେ । ଏହା ଦେଖି ଗୁରୁଜୀ ତଥା ଗୋରଖନାଥ ମନ୍ଦିରର ମହନ୍ତ ଅବୈଧ୍ୟନାଥ ଯୋଗୀଙ୍କୁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ । କାରଣ ଗୋରଖପୁର ଲୋକସଭା ଆସନରୁ ମହନ୍ତ ଅବୈଧ୍ୟନାଥ 4 ଥର ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ପାଇଁ ଯୋଗୀ 1998 ରେ ମାତ୍ର 26 ବର୍ଷ ବୟସରେ ଗୋରଖପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ଲଗାତାର 5 ଥର ନିର୍ବାଚିତ ହୋଇଥିଲେ ଯୋଗୀ ଲୋକସଭାକୁ ।

ସାଂସଦରୁ ସିଏମ ଯାଏଁ

ତେବେ ଯୋଗୀଙ୍କ ରାଜନୈତିକ ଜୀବନରେ ଏକ ନୂଆ ସୂର୍ଯ୍ୟଦ୍ବୟ ହୋଇଥିଲା ବର୍ଷ 2017 ରେ । 2017 ୟୁପି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଯୋରଦାର ଲଢେଇ କରିଥିଲା । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ନିର୍ବାଚନ ଲଢିଥିଲା । ଆଉ ଯୋଗୀ ଆଦିତ୍ୟନାଥ ଦଳର ଷ୍ଟାର ପ୍ରଚାର ହୋଇ ସାରା ରାଜ୍ୟରେ ଧୂଆଁଧାର ପ୍ରଚାର କରିଥିଲେ । ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସାରା ଦେଶରେ ଏକାଧିକ ନାଁ କୁ ନେଇ ଚର୍ଚ୍ଚା ହେଲା । ବିଜେପିରେ ମଧ୍ୟ ଏକାଧିକ ଆଶାୟୀ ଥିଲେ। ହେଲେ ଗୁଜୁରାଟରୁ ଦିଲ୍ଲୀ ଦଖଲ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ବିଶ୍ବସ୍ତ ସହଯୋଗୀ ଅମିତ ଶାହାଙ୍କ ମନରେ ଥିଲା ଆଉ କିଛି । ଉଭୟ ମୋଦି ଶାହା ନିଜ ରଣନୀତି ଅନୁସାରେ ଆଗେଇ ଚାଲିଲେ । ଆଉ ବିନା ଦ୍ବିଧାରେ ଯୋଗୀଙ୍କ ଉପରେ ଆସ୍ଥା ପ୍ରକଟ କରି ୟୁପି ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଇଲେ । ଯୋଗୀଙ୍କୁ ନେଇ ସେତେବେଳେ ଅନେକ ଚର୍ଚ୍ଚା ହେଲା, ଅନେକ ଲୋକ ସମାଲୋଚନା କଲେ ମଧ୍ୟ । କିନ୍ତୁ କୌଣସି ସମାଲୋଚନାକୁ ଗୁରୁତ୍ବ ନଦେଇ ଯୋଗୀ ଆଦିତ୍ୟନାଥ 19 ମାର୍ଚ୍ଚ 2017 ରେ ୟୁପିର 21 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଆଉ ଦିଲ୍ଲୀରୁ ଥାଇ ମୋଦି ଶାହା ଯୋଗୀଙ୍କୁ ପୁରା ଶକ୍ତି, ସାମର୍ଥ୍ୟ ଦିଗଦର୍ଶନ ଯୋଗାଇଲେ । ପୁରା 5 ବର୍ଷର ଶାସନ ପରେ ପୁଣି ଥରେ ଯୋଗୀ ଆଦିତ୍ୟନାଥ 2022 ନିର୍ବାଚନରେ ସଫଳ ହେଲେ । ଆଉ ଆଜି 25 ମାର୍ଚ୍ଚ 2022 ରେ ୟୁପିର 22 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.