ETV Bharat / bharat

ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ଯୋଗୀ, ନୂଆ କ୍ୟାବିନେଟର ରୂପରେଖ ନେଇ ହୋଇପାରେ ଆଲୋଚନା

author img

By

Published : Mar 13, 2022, 6:40 PM IST

ଦିଲ୍ଲୀ ଗସ୍ତରେ ଯୋଗୀ ଆଦିତ୍ୟନାଥ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଲେ ସାକ୍ଷାତ । ନୂଆ କ୍ୟାବିନେଟର ରୂପରେଖ ନେଇ ହୋଇପାରେ ଆଲୋଚନା । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ, ନୂଆ କ୍ୟାବିନେଟର ରୂପରେଖ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଦିଲ୍ଲୀ ଗସ୍ତରେ ଯୋଗୀ ଆଦିତ୍ୟନାଥ । ଆଜି ପୂର୍ବାହ୍ନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ଯୋଗୀ କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସରେ ପହଞ୍ଚିଛନ୍ତି । ପ୍ରଦେଶରେ ଯୋଗୀ 2.0 ସରକାର ଶପଥ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି । ଶପଥ ନେବାକୁ ଥିବା ନୂଆ କ୍ୟାବିନେଟର ରୂରରେଖ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇପାରେ ।

ଦିଲ୍ଲୀ ଗସ୍ତରେ ଥିବା ଯୋଗୀ ଆଜି ଦଳ ମୁଖ୍ୟ ଜେପି ନଡ୍ଡାଙ୍କ ସହ ଅନ୍ୟ କିଛି ବରିଷ୍ଠ ନେତାଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ବିଜେପି ରାଜ୍ୟରେ ଗତ 37 ବର୍ଷର ରେକର୍ଡ ଭଙ୍ଗ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ସେହିପରି ରାଜ୍ୟ ଇତିହାସରେ ମଧ୍ୟ କ୍ରମାଗତ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ପ୍ରଥମ ରାଜନେତା ହେବେ ଯୋଗୀ ଆଦିତ୍ୟନାଥ ।

ଚଳିତ ବିଧାନସଭା ନିର୍ବାଚନରେ ମୋଟ 403 ଆସନ ମଧ୍ୟରୁ 255 ଆସନ ହାତେଇ ପୁନର୍ବାର ସରକାର ଗଠନ କରିବାକୁ ଯାଉଛି । ଅନ୍ୟପଟେ ଚଳିତଥର ଉପ ମୁଖ୍ୟମନ୍ତ୍ରୀ କେବଶ ପ୍ରସାଦ ମୌର୍ଯ୍ୟଙ୍କ ସମେତ ମୋଟ 11 ମନ୍ତ୍ରୀଙ୍କୁ ମଧ୍ୟ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି । ଏପରି ସ୍ଥଳେ ହେବାକୁ ଥିବା ନୂଆ ସରକାରରେ ରୂପରେଖରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିପାରେ । ସମସ୍ତ ବର୍ଗକୁ ନେଇ ସନ୍ତୁଳନ ରକ୍ଷା କରି କ୍ୟାବିନେଟ ଗଠନ ଉପରେ ଦଳ ଗୁରୁତ୍ବ ଦେଉଥିବାବେଳେ ଏନେଇ ବିଚାରବିମର୍ଶ ପାଇଁ ଯୋଗୀ ଦିଲ୍ଲୀ ଗସ୍ତରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.